Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ତମ ପ୍ରଶ୍ନରେ ନିରୁତ୍ତର

ତମ ପ୍ରଶ୍ନରେ ନିରୁତ୍ତର

1 min
324



ସ୍ୱପ୍ନଟିଏ ଦିନେ ଦେଖିଲି ନିିଦରେ

ଖୋଜୁଛି ତାହାର ଉତ୍ତର ।

କାହିଁକି ଦେଖିଲି ଏମିତି ସପନ

ଏଇ ଥିଲା ପ୍ରଶ୍ନ ମୋହର ।

ସପନ ବୃତ୍ତାନ୍ତ ନ କହିବି ଯେବେ

କିଏ ସେ ଜାଣିବ କିପରି ।

ଶୁଣ ମୋର ପ୍ରିୟ ଭାଇ ଭଉଣୀଏ

ସପନଟା ଥିଲା ଏପରି ।

ଅଧରାତିଟାରେ ଗାଁ ଶ୍ମଶାନରେ

ଦେଖିଲି ଧୂର୍ଜଟୀ ତାଣ୍ଡବ ।

ଡମ ଡମ ହୋଇ ଡମ୍ବରୁଧରଙ୍କ

ଡମ୍ବରୁ ନାଦେ କେ ଶୋଇବ ?

ଖାଁ ଖାଁ ସିନା ଶ୍ମଶାନ ଲାଗନ୍ତା

ଥିଲେ ଭୂତ ପ୍ରେତ ପିଶାଚ ।

ଶିବଙ୍କ ତାଣ୍ଡବ ନର କି ଦେଖିବ

ସତ ସପନ ନୁହେଁ ମିଛ ।

ଭାବିଲି ମନରେ ବଡ ଭାଗ୍ଯ ମୋର

ଦେବ ଦୁର୍ଲ୍ଲଭ ଏ ତାଣ୍ଡବ ।

କଲେ ଦରଶନ ଭାବେ ମନେ ମନ

ଜୀବନ କି ଆଉ ରହିବ ?

ନିଦରୁ ଉଠିଲି ଦୂରରୁ ଦେଖିଲି

ଗୋଟିଏ ମଣିଷ ନାହାନ୍ତି ।

ଘେନି ଭୂତ ପ୍ରେତ ପିଶାଚ ସଭିଙ୍କୁ

ଶଙ୍କର ତାଣ୍ଡବ ରଚନ୍ତି ।

ଦେଖିଲି ଏ ଦୃଶ୍ୟ ଯୋଡିଲି ମୋ ହାତ

ମୂର୍ଚ୍ଛିତ ହୋଇ ମୁଁ ପଡିଲି ।

କେତେବେଳେ ମୁହିଁ ହେଲି ସଚେତନ

କିଛି ମୁଁ ଜାଣି ନପାରିଲି ।

କାହିଁକି ଦେଖିଲି ଏପରି ସପନ

କେହି ତା' ଉତ୍ତର କହୁନି ।

ଏଇ ପ୍ରଶ୍ନ ତୁମେ ପଚାରୁଛ ମତେ

ଉତ୍ତର ଖୋଜି ମୁଁ ପାଉନି ।


Rate this content
Log in

Similar oriya poem from Abstract