STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ପହିଲି ଶ୍ରାବଣେ କାଉଡି ଭାଇ

ପହିଲି ଶ୍ରାବଣେ କାଉଡି ଭାଇ

1 min
394


ଦେବ ଦେବ ମହାଦେବ ଙ୍କ

ଆଶିଷ ପାଇଁ

ପାଣି ଭାର ନେଇ

ବେଗେ ଚଳଇ

ପହିଲି ଶ୍ରାବଣେ କାଉଡି ଭାଇ ।।


ଅକର୍ମ କର୍ମ ଦାୟକ ସେହି

ସଂସାର ର ମହାଯୋଗୀ

ବୋଲି ନାମ ଟି ବହି

ମଙ୍ଗଳ ମୟ ମହାଈଶ୍ଵର ସେହି

ବୋଲବମ୍ ବୋଲବମ୍ ବୋଲି

ଡାକ ଛାଡେ ପୁଣି କାଉଡି ଭାଇ

ତା ସଙ୍ଗେ ଏକ ସ୍ଵରେ

ଶିବ ଶଙ୍କର ଙ୍କ ନାମ କୁ ନେଇ

ଆଗକୁ ଆଗକୁ ମାଡି ଚାଲଇ

ମନେ ହୃଦେ ଭକ୍ତି ଭାବକୁ ନେଇ

ପାଣି ଭାର ନେଇ ବେଗେ ଚଳଇ

ପହିଲି ଶ୍ରାବଣେ କାଉଡି ଭାଇ।।


ମନେ ତା'ର ଚିନ୍ତା ଦକ ତ ନାହିଁ

ଶିବ ଲିଙ୍ଗେ ପାଣି ଢାଳିବା ପାଇଁ

ଖାଲ ଖମା କିଛି ଖାତର ନ କରି

ବରଷା ଖରାକୁ ପଛେ ପକାଇ

ବୀର ଦର୍ପେ ସତେ

ଶଙ୍କର ଙ୍କ ପାଶେ

ପାଣି ଭାର ନେଇ ବେଗେ ଚଳଇ

ପହିଲି ଶ୍ରାବଣେ କାଉଡି ଭାଇ ।।


ତୁଣ୍ଡରେ ଧରି ଶିବ ଙ୍କ ନାମ

କାନ୍ଧେ ପାଣି ଭାର ଧରି

ଭକ୍ତି ଓ ବିଶ୍ଵାସେ ଚାଲେ

ଶିବ ଶଙ୍କର ଙ୍କ ଧାମ

ନ ହୋଇ କ୍ଳାନ୍ତ ନ ହୋଇ ଅଶାନ୍ତ

ଭକତି ଭାବରେ କରେ ଶିବଙ୍କୁ ପ୍ରେମ

ଦେବ ଦେବ ମହାଦେବ ତ ସେହି

ତାଙ୍କ ଆଶିଷ ଟିକିଏ ଲଭିବା ପାଇଁ

ପାଣି ଭାର ନେଇ ବେଗେ ଚଳଇ

ଭକତି ଭାବରେ

ପହିଲି ଶ୍ରାବଣେ କାଉଡି ଭାଇ ।।


ଗେରୁଆ ପିନ୍ଧି ଅରୁଆ ଖାଇ

ନିଷ୍ଠା ସମର୍ପଣ ଭାବରେ ରହି

ଶ୍ରାବଣ ସାରା

ସେ ନିରାମିଷ ଭକ୍ଷଣ କରଇ

ଦେବ ଦେବ ମହା ଦେବଙ୍କ ପାଇଁ

ମନସ୍କାମନା ତା'ର ପୂରଣ ପାଇଁ

ବରଷକେ ଥରେ ଶ୍ରାବଣ ମାସରେ

ପାଣି ଭାର ନେଇ ବେଗେ ଚଳଇ

ଭକତି ଭାବରେ

ପହିଲି ଶ୍ରାବଣେ କାଉଡି ଭାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract