STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ପ୍ରଶ୍ନ ନଥିବା ସଂପର୍କ

ପ୍ରଶ୍ନ ନଥିବା ସଂପର୍କ

1 min
328

      

ଦୁନିଆଁରେ ପାର୍ଥିବ ସଂପର୍କକୁ ନେଇ

ନିଜର ଜୀବନକାଳ କାଟେ ମଣିଷ

ସମାଜଟା ଏମିତି ନୁହେଁ ଯେ 

ଏକା ଏକା ଜଣେ ବଞ୍ଚି ରହି ପାରିବ 

କାହାରି ସାହାଯ୍ୟ ସହଯୋଗ ବିନା 

ଅନ୍ତର୍ନିହିତ ଶକ୍ତିର ବିକାଶ ପ୍ରକାଶ ପାଇଁ 

ସବୁଠି ଗଢ଼ା ହୁଏ ନିର୍ବିକାର ସଂପର୍କ 

ପରିବାରଠାରୁ ସାରା ବିଶ୍ଵ ପର୍ଯ୍ୟନ୍ତ 

ଏତେ ସଂପର୍କ ଭିତରେ ନାନା ସମସ୍ୟା

ଯା'କୁ ନେଇ ଉତ୍ଥାପନ ହୁଏ ବହୁତ ପ୍ରଶ୍ନ

ଆସେ ଅନେକ ଆପତ୍ତି ଅଭିଯୋଗ

ଏ ସଂସାରରେ ପ୍ରଶ୍ନ ନଥିବା ସଂପର୍କ 

ରହିଥାଏ ଅତୁଟ ମଧୁର ପବିତ୍ର

ଜୀବନ ଧାରଣରେ ଆସେ ସବୁବେଳେ

ମନକୁ ସାଧାରଣ ଭାବେ ନାନା ପ୍ରଶ୍ନ

ନିଜ ଜ୍ଞାନ ବୁଦ୍ଧି ବିଚାରକୁ ନେଇ

ମଣିଷ ଚାଲେ ବୁଝାମଣା ରଖି ଉତ୍ତମ

ହୁଏ ଯେବେ ବ୍ୟତିକ୍ରମ ନୀତି ନିୟମରୁ

ତାକୁ ନେଇ ଉଠେ କେତେ ପ୍ରଶ୍ନ

ସମାଧାନ ହେଲେ ତାର ରହେ ଶାନ୍ତି

ଅସମାହିତ ଥିଲେ ଲାଗି ରହେ କନ୍ଦଳ

ଅବୈଧ ନୀତିର ସବୁ ସଂପର୍କକୁ

କେବେ ମିଳେନା ସାମାଜିକ ସ୍ବୀକୃତି

ସେ ସଂପର୍କ ସବୁବେଳେ ଆପତ୍ତିଜନକ

ତା'ର କାରଣରେ ଅନେକ ପ୍ରଶ୍ନବାଚୀ

ଯେଉଁ ସଂପର୍କ ବ୍ୟକ୍ତି ବିଶେଷଙ୍କ ଠାରୁ 

ସାର୍ବଜନୀନ ହିତେ ଆଣେ ବାଧା ବିଘ୍ନ 

ତା' ଅବାଞ୍ଛିତ ଅଗ୍ରହଣୀୟ ଅବୈଧ

ପ୍ରଶ୍ନ ନଥିବା ସଂପର୍କ ହିଁ ସର୍ବଦା

ସମାଜର ଆଦର୍ଶ ପ୍ରଗତିର ଆଧାର

ଆଚରଣେ ଉଚ୍ଚାରଣେ ତାର ପ୍ରୟୋଗ

ଜୀବନରେ ଆଣିଦିଏ ସାର୍ଥକତା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract