Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଭାରତବର୍ଷର ଅମୃତ କାଳ

ଭାରତବର୍ଷର ଅମୃତ କାଳ

1 min
272


ଗର୍ବିତ କରିଲ ତୁମେ ଭାରତ ବାସୀଙ୍କୁ

ଶାନ୍ତି ପଥ ଦେଲ ପୁଣି ବିଶ୍ବର ଜନଙ୍କୁ ।


ତୁମ ନେତୃତ୍ୱରେ ରାଷ୍ଟ୍ର ଉନ୍ନତି ପଥରେ

ସର୍ବୋଚ୍ଚ ସମ୍ମାନେ ବିଶ୍ବ ଅଳଙ୍କୃତ କରେ ।


ରାଷ୍ଟ୍ର ପାଇଁ ତୁମ ଚିନ୍ତା ଦେଖୁଛି ଜନତା

ଜନଜନ କଲ ପୁଣି ଆତ୍ମନିର୍ଭରତା ।


ଆବିଷ୍କାର ନୂଆ ନୂଆ ବିଜ୍ଞାନ କରୁଛି

ଚନ୍ଦ୍ରଯାନ ଚନ୍ଦ୍ରଲୋକେ ଯିବାର ଦେଖୁଛି ।


ସଫଳ ହେବ ଅବଶ୍ୟ ଦେଶର ବିଶ୍ବାସ

ଲେଖି ଦେବ ଚନ୍ଦ୍ରଲୋକେ ନୂଆ ଇତିହାସ ।


ବିଶ୍ବାସ ଅତି ବିଶ୍ବରେ ଭାରତ ବର୍ଷର

ମୋଦି ମୋଦି ଗୁଞ୍ଜୁ ଅଛି ଗୌରବ ଦେଶର ।


ଆଣି ଦେଲ ରାଷ୍ଟ୍ରେ ତୁମେ ଅମୃତର କାଳ

ସମଭାବ ସାହାଯ୍ୟର ମନ୍ତ୍ର ଧରାତଳ ।


ରାମଙ୍କ ଶାସନ ପରି ବ୍ୟବସ୍ଥା କରିଲ

ପ୍ରେମ ଶ୍ରଦ୍ଧା ପ୍ରୀତି ସେବା ଦେଶେ ଭରି ଦେଲ ।


ମାନ୍ୟତା ଦେଉଛି ବିଶ୍ବ ବିଶ୍ବଗୁରୁ ପରି

ଶାନ୍ତିର ମନ୍ତ୍ରକୁ ଦେଲ ବିଶ୍ବ ମଧ୍ୟେ ଭରି ।


ଧନ୍ୟ ହେ ମହାନାୟକ ଧନ୍ୟ କଲ ଦେଶ

ଗର୍ବିତ କରିଲ ତୁମେ ଏ ଭାରତ ବର୍ଷ ।


ଅଭିନନ୍ଦନ ଆମ ଇସ୍ରୋ ବୈଜ୍ଞାନିକଙ୍କୁ 

ଆତ୍ମନିର୍ଭର ଟି ହୋଇ କରିଲେ କାର୍ଯ୍ୟକୁ ।


Rate this content
Log in

Similar oriya poem from Abstract