STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୁଣ ଇଶ୍ଵର

ଶୁଣ ଇଶ୍ଵର

1 min
227

(ରାଗ:- ବିଭାସ କେଦାର)


ଗୁହାରି ମୋହର ଶୁଣହେ ଇଶ୍ଵର


ସୃଷ୍ଟି କରିଅଛ ଏ ଭବ ସଂସାର !!


ଦିଅ ଜ୍ଞାନ ମୋତେ ନିଅ ସତ୍ୟ ପଥ


ରହୁ ରାଷ୍ଟ୍ର ଭକ୍ତି ଜୀବନର ସାଥ !!


ହରେ କୃଷ୍ଣ ରାମ ଅନନ୍ତ ଅନାଦି 


କେତେ ନାମ ତୋର ନାହିଁ ଅନ୍ତ ଆଦି !!


ଭକ୍ତି ଗୁଞ୍ଜୁ ହୃଦେ ସୁ ଦା ମା ର ପରି


ଦେଖୁ ଥାଉ ନେତ୍ର ରୂପ ଗିରିଧାରୀ !!


ଭକ୍ତ ହ ନୁ ମା ନ ଧ୍ୟାନ କରୁ ଥିବି


ତୋହରି ସାନିଧ୍ୟ ତେବେହିଁ ପାଇବି !!


ତୁମେ ନିରାକାର ଗୋପନେ ରହିଛ


ଚକାନୟନରେ ସବୁତ ଦେଖୁଛ !!


ଦାରୁବ୍ରହ୍ମ ପର ତୋହର ଶ୍ରୀଅଙ୍ଗ


ପୁରୀ ଧାମେ ରହି କରୁ ଲିଳା ରଙ୍ଗ !!


ଲଜ୍ୟା ଦୂର କଲ ସତୀ ଦ୍ରୌପଦୀର


ଦୁଃଖ ଦୂର ହେ ଭକ୍ତ ପ୍ରହଲ୍ଲାଦର !!


କରି କରାଉଛୁ ହେ ଇଶ୍ଵର ତୁମେ 


ତହ ବିନୁ ଗତି ନାହିଁ କେଉଁ ଧାମେ!!


ଜଳ ସ୍ଥଳ ପୃଥି ତୋହରି ଭିଆଣ


ଜୀବ ତନ୍ତୁ ସ୍ବର୍ଗ ପାତାଳ ସମ୍ପୁର୍ଣ୍ଣ !!


ଗଛ ପତ୍ର ଲତା ପୁଷ୍ପ ମାଳମାଳ


ପ୍ରେମ ଶ୍ରଦ୍ଧା ପ୍ରୀତି ଦେଲୁ ତୁ ସକଳ !!


କୃପାସିନ୍ଧୁ ତୁମେ କୃପାର ସାଗର


ଦୟ କର ପ୍ରଭୁ ତୁହି ନିରାକାର !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract