Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

କଳାଠାକୁର

କଳାଠାକୁର

1 min
422



କଳାଠାକୁର ମୋ କଳାଠାକୁର

ଗର୍ବ ଗଉରବ ତୁମେ ଆମର ।

ସାରା ଜଗତର ସରଜନା କଲ

ଇଚ୍ଛାରେ ଧରିଲ ଦାରୁ ଶରୀର ॥୦॥

କଳପ ବଟର ମୂଳେ ବସିଛ

ଭାଇ ଭଉଣୀଙ୍କ ସଙ୍ଗେ ହସୁଛ ।

ସୁଦରଶନଙ୍କୁ ରଖିଛ ପାଶରେ

ପତିତପାବନ ନାମ ତୁମର ।୧।

ତୁଳସୀ ଦୟଣା ଲାଗି ହୋଇଛ

ଧଣ୍ଡାମାଳମାନ ହୃଦେ ବହିଛ ।

କର୍ପୂର ଚନ୍ଦନ ବାସ ଚହଟାଇ

ଭକତଙ୍କ ଦୁଃଖ କରୁଛ ଦୂର ।୨।

ଷାଠିଏ ପଉଟି ଭୋଗ ଖାଉଛ 

ସେ ଭୋଗ ଭକତଙ୍କୁ ଖୁଆଉଛ ।

ପତିତପାବନ ବାନା ଉଡାଉଛ

ପତିତ ତାରଣ ନାମ ତୁମର ।୩।

ତ୍ରିପଣ୍ଡ କାଳିଆ ରୂପ ଧରିଛ

ଚନ୍ଦ୍ର ସୂର୍ଯ୍ୟ ନେତ୍ର ତୁମେ ବହିଛ ।

ଦେଖି ଚକା ଆଖି ଆଖି ଯାଏ ଲାଖି

ଆଖିରେ ତୁମର ଅଛି ହୁନ୍ଦର ।୪।

ବାର ମାସେ ତେର ଯାତ କରୁଛ

ଜଗତ ଜନଙ୍କ ମନ ମୋହୁଛ ।

ଷୋଳକଳା ଧରି ମାନବ ଲୀଳାରେ

ଲୀଳାରତ ତୁମେ ଜଗଦୀଶ୍ୱର ।୫।

ମନ ତ ତୁମେ ହରାଇ ବସିଛ

ଗୋପାଙ୍ଗନାଙ୍କୁ ତ ମନ ଦେଇଛ ।

କିସ ଅବା ଊଣା ରହିଛି ତୁମର

ମୋ ମନକୁ ନିଅ ପରମେଶ୍ବର ।୬।

କିଛି ମାଗୁନାହିଁ କହୁନି ମିଛ 

ଦାରୁଭୂତ ହୋଇ କିଆଁ ବସିଛ ?

ତୁମ ଶ୍ରୀପୟରେ ଚିତ୍ତ ଯେ ଲଗାଏ

ଭବସାଗରରୁ କରୁଛ ପାର ।୭।

ସଂସାରର ପାପ ତାପ ହରୁଛ

ଭକତ ବାନ୍ଧବ ନାମ ବହିଛ ।

ଭକତ ତୁମର ତୁମେ ଭକତର

ତୁମ ନାମ ମୋର ଗଳାର ହାର ।୮।


Rate this content
Log in

Similar oriya poem from Abstract