Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ରେଶମୀ ଡୋର

ରେଶମୀ ଡୋର

1 min
245


ରାକ୍ଷୀ ନୁହେଁ ଭାଇ ରେଶମୀ ଡୋରଟେ

ସିଏ ମୋ ବିଶ୍ୱାସ ସୂତ୍ର

ଜୀବନ ଜାତକେ ଭାଇ ତୋର ନାମ

ଲେଖିଛନ୍ତି ଯେ ଇଶ୍ଵର ।


ମୋ ରେଶମୀ ରାକ୍ଷୀ ଖାଲି ରାକ୍ଷୀ ନୁହଁ

ସିଏ ଆମ ପ୍ରୀତି ଗାଥା

ଯେତେ ଦୂରେ ଥିଲେ ରାକ୍ଷୀ ପୂର୍ଣ୍ଣିମାରେ

ଖୋଜେ ତୋର ମିଠା କଥା ।


ରେଶମୀ ଡୋରଟି ଡୋର ନୁହେଁ ଖାଲି

ମମତାରେ ବନ୍ଧା ସେତୁ

ସେ ସେତୁ ଦିଅଇ ଅଶେଷ ଭରସା

କହେ ଜୀବନର ହେତୁ ।


ରେଶମୀ ଡୋରଟି ଡୋର ନୁହେଁ ଖାଲି

ଅନନ୍ୟ ସମ୍ପର୍କ ଗାଥା

ସ୍ନେହ ମମତାର ଶୁଭ ସଦିଚ୍ଛାର

ଅମ୍ଳାନ ସ୍ଵାକ୍ଷର କଥା ।


ରେଶମୀ ଡୋର ଟି ଡୋର ନୁହେଁ ଖାଲି

ସ୍ମୃତିର ଫରୁଆ ଟିଏ

ପ୍ରତି ବରଷର ରାକ୍ଷୀ ପୂର୍ଣ୍ଣିମାରେ

ସ୍ମୃତି ଚାରଣ କରାଯାଏ ।


ଭଉଣୀ ଭିଜଇ ସ୍କୃତି ବରଷାରେ

ରାକ୍ଷୀଟିକୁ ହାତେ ଧରି

ଭାଇ ଚାହିଁ ରହେ ତା ମନ ମନ୍ଦିରେ

ଆଶା ର ଆଲୋକ ଜାଳି ।


ଯେତେ ରାଗ ରୁଷା ମାନ ଅଭିମାନ

ରେଶମୀ ଡୋର ଛିଣ୍ଡାଏ

ମନର ମଇଳା ଧୋଇ ହୋଇ ଯାଏ

ଦୁଇଟି ନୟନ ନୀରେ ।


ରେଶମୀ ଡୋର ତ ଡୋର ନୁହେଁ ଖାଲି

ନିବିଡ଼ତା ସ୍ଵାକ୍ଷର ଟେ

ସମ୍ପର୍କ ସିଡିର ପ୍ରତି ପାହାଚର

ମଜ ଭୁତ ସ୍ତମ୍ଭ ଟିଏ ।


ଇଶ୍ଵର ଦତ୍ତ ଏ ସଂପର୍କର ସ୍ରୋତ

ସର୍ବଦା ଅମ୍ଳାନ ରହୁ

ଭାଇ ଭଉଣୀର ସଂପର୍କ ମହକେ

ଚୌହଦୀ ମହକୁ ଥାଉ ।



Rate this content
Log in

Similar oriya poem from Abstract