Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସେନେହ ମମତା ଡୋରିରେ ଗୁନ୍ଥା

ସେନେହ ମମତା ଡୋରିରେ ଗୁନ୍ଥା

1 min
410


ସେନେହ ମମତା ଡୋରିରେ ଗୁନ୍ଥା

       ଅଟେ ଭାରତ

ନାହିଁ ଜାତିଭେଦ ଏଠି ସମଭାବ

         ଏକ ରାଷ୍ଟ୍ରତ ।


ଏକ ସମ୍ବିଧାନ ଏକ ହିଁ ତ୍ରିରଙ୍ଗା 

      ନାହିଁ ଭିନ୍ନତା

ରୀତି ନୀତି ଏକ କାନୁନ୍ ଏକହିଁ 

     କଲେ ନିର୍ମାତା ।


ମମତା ଡୋରିରେ ବାନ୍ଧି ରହିଛନ୍ତି

      ବଡ଼ ଙ୍କ ଭକ୍ତି

ଭକ୍ତି ଗୁରୁଜନ ପିତୃମାତୃ ସେବା

     ଜନଙ୍କ ନୀତି ।


କୃଷ୍ଣ ରାମ ଭୁଇଁ ପବିତ୍ର ଭାରତ     

ଶାନ୍ତିର ମନ୍ତ୍ର

ଏଠି ହୁଏ ପରା ଧର୍ମର ଆଦର 

     ପ୍ରୀତିର ତନ୍ତ୍ର ।


ସତ୍ୟଧର୍ମତ୍ୟାଗ ମନ୍ତ୍ରଅହିଂସାର 

    ଶ୍ରଦ୍ଧାର ଭାବ

ଧର୍ମ ସନାତନ ଅନ୍ତର୍ଗତ ଯାର

     ଶାନ୍ତିର ରାବ !!


ନ ଭାବେଟି ପର ଅନ୍ୟକୁକାହାର

      ମିତ୍ରତା ଭାବ

ଦୁଃଖ ଓ ବିପଦେ ଠିଆ ରହି ଥାନ୍ତି 

     ରାଷ୍ଟ୍ରୀୟ ରାବ ।


ନାରୀଙ୍କ ସମ୍ମାନ ଦେଶରେ ଅପାର 

     ଶକ୍ତି ସ୍ବରୂପା

ଭାଇ ଓ ଭଉଣୀ ରାକ୍ଷୀ ବନ୍ଧନ ଟି

     ଡୋରେ ଅରୂପା ।


ସେନେହ ଡୋରେ ବାନ୍ଧି ରହିଥାନ୍ତି 

    ବନ୍ଧୁ କୁଟୁମ୍ବ

ମମତାରେ ଭରା ସେହ୍ନ ଓ ପ୍ରୀତିର

     ଚନ୍ଦନ ସମ ।


ଭୂମି କାଳିଆର ଭକ୍ତିର ଗୁଞ୍ଜନ

     ଗୁଞ୍ଜେ ସର୍ବଦା

ଚକାନୟନରେ ଦେଖୁ ଥାନ୍ତି ସଦା

     ନାହିଁ ବିପଦା ।


ପ୍ରେମ ଭୂମି ଏହୁ ଧର୍ମ ଭୂମି ଏହୁ

     ନାହିଁ ତୁଳନା

ସେବା ଓ କଲ୍ୟାଣ ଜନଜନଙ୍କର 

     ମନେ ଭାବନା ।


Rate this content
Log in

Similar oriya poem from Abstract