ଭାବର ବନ୍ଧନ ରାକ୍ଷୀତୁ ମହାନ
ଭାବର ବନ୍ଧନ ରାକ୍ଷୀତୁ ମହାନ
ଭାବ ର ବନ୍ଧନ ରାକ୍ଷୀ ତୁ ମହାନ
ଭାବ ର ବନ୍ଧନ ରାକ୍ଷୀ ତୁ ମହାନ
ସ୍ନେହ ଶ୍ରଦ୍ଧା ପ୍ରୀତି ଶାନ୍ତି କୁ ପ୍ରଦାନ ।
କରି ତୁହି ହରି ନେଉ ଜନ ମନ
ହେଉ ପଛେ ଯେତେ କ୍ରୂର ଓ ଦୁର୍ଜନ ।
ଶାନ୍ତ କରି ଦେଉ ତାହା କୁ ତତ୍କ୍ଷଣ
ପରଣେ ଆହ୍ଲାଦ ଦେଉ ତୁ ଭରିଣ ।
ଭାରତୀୟ ସଂସ୍କୃତି ର ଅବଦାନ
ଅମୂଲ୍ୟ ଦୁର୍ଲଭ ତୋର ଆବେଦନ ।
ଟିକି ସୂତା ଖିଅ ଟିଏ ହେଲେ ସୁଦ୍ଧା
ସମ୍ପର୍କ ଅତୁଟ ରଖିବା କୁ ସଦା ।
ଭଉଣୀ ବାନ୍ଧନ୍ତି ଭାଇ ଙ୍କ ହାତ ରେ
ଗହ୍ମା ପୂର୍ଣ୍ଣିମା ର ପବିତ୍ର ଦିନ ରେ ।
ପାଳନ୍ତି ଉତ୍ସବ ଏ ରକ୍ଷା ବନ୍ଧନ
ଭାଇ ଭଉଣୀ ଏ ଆନନ୍ଦିତ ମନ ।
ଭଉଣୀ ସମ୍ମାନ ସହିତ ସୁରକ୍ଷା
ଭାଇ ଠାରୁ କରି ଥାଏ ସେ ପ୍ରତୀକ୍ଷା ।
ଅକ୍ଷୁର୍ଣ୍ଣ ରଖୁ ତୁ ଛୋଟ ହେଲେ ସୁଦ୍ଧା
ସଂଚରାଇ ହୃଦେ ସ୍ନେହ ଶ୍ରଦ୍ଧା ସୁଧା ।
ଅନୁପମ ଦିବ୍ୟ ଭାବ ର ପ୍ଲାବନ
ଭାବ ମୟ କରୁ ଉଭୟ ଜୀବନ ।
ଅନୁରାଗ ଶାନ୍ତି ସାହସ ଶକତି
ଭରି ଦେଉ ମନେ , ଉତ୍ସାହ ଜାଗୃତି ।
ଭାବ ର ବନ୍ଧନ ରହେ ଭାବନା ରେ
ଦିବ୍ୟ ଭାବ ଜlଗେ ଜନ ଚେତନା ରେ ।
ଧନ୍ୟ ଧନ୍ୟ ରାଖୀ ଆହା କି ମହାନ
ସମାଜେ ଆଦର୍ଶ କରୁ ବିବର୍ଦ୍ଧନ ।
ସ୍ନେହ ମମତାର ଆଦର ସଦ୍ଭାବ
ସଞ୍ଚାରୁ ଚିତ୍ତ ରେ ଅନୁପମ ଭାବ ।
ଭାବ ର ବନ୍ଧନ ରାକ୍ଷୀ ତୁ ମହାନ
ଶାଶ୍ଵତ ପ୍ରେମ ର ତୁହି ନିଦର୍ଶନ ।।
