Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର

1 min
326


ଘୁଙ୍ଗୁର ବାନ୍ଧିଲି ପାଦରେ ମୋର

    ଭକ୍ତିରେ ପରା ତୋର 

ହେବି ଦେବଦାସୀ କଳା ଠାକୁର 

    ଦିଅଶକ୍ତି ଅପାର ।


ନୃତ୍ୟ କଳା ମୋତେ ଦିଅ ବତାଈ

    ଶୁଣ ପ୍ରଭୁ ଗୁହାରି

ତାଳ ତାଳକୁ ହେ ସଙ୍ଗୀତ ସ୍ବର

    ଦିଅ ହୃଦେ ମୋହରି ।


ନାଚୁ ଥିବି ମୁହିଁ ତୋର ଭୁବନେ

    ଶୁଣ ଚକାନୟନ

ପୂର୍ଣ୍ଣ ମନବାଞ୍ଛା କର କାଳିଆ 

    ତୁହି ମଧୁସୂଦନ ।


ହେଉ ମଧୁମୟ ଘୁଙ୍ଗୁର ତାଳ

    ସିଞ୍ଚିବ ଟି ପ୍ରେମର

ଧ୍ୟାନ ରହୁ ମୋର ଚରଣେ ତୋର

   ଶ୍ରଦ୍ଧା ଟି ନିରାକାର ।


ତ୍ୟାଗ କରି ଅଛି ଧନ ସମ୍ପଦ

   ଅଭିଳାଷ ନାହିଁରେ

ଜୀବନେ ସବୁତ ଦୁରେଇ ଦେଲି 

  ଦେବଦାସୀ ମୁଁହିରେ ।


ଶ୍ରୀକ୍ଷେତ୍ରେ ନାଚିବି ଘୁଙ୍ଗୁର ବାନ୍ଧି

   ବ୍ରତ ମୁଁ ତା କରିଛି 

ପୂର୍ଣ୍ଣ ଟି କର ପ୍ରଭୁ ଦାରୁବ୍ରହ୍ମ

  ଦେବଦାସୀ ସାଜିଛି ।


ମାୟା ମୋହ ପ୍ରଭୁ ଦୁରେଇ ଦିଅ

   ନାମ ଟି ତୋର ଗୁଞ୍ଜୁ 

ନୃତ୍ୟ ମୋର ଗୁଞ୍ଜୁ ଭକ୍ତିରେ ତୋର

   ଜଗା ଠାକୁରେ ମଂଜୁ ।


ପ୍ରାଣ ଅଛି ଏହୁ ଯେତେ ଦିନ ଟି 

   ଦେବଦାସୀ ସାଜିବି

ଏ ଶରୀର ଶକ୍ତି ନୃତ୍ୟ କଳାରେ

    ଅର୍ପିତ ଟି କରିବି ।


Rate this content
Log in

Similar oriya poem from Abstract