STORYMIRROR

Kailash Mallick

Abstract

4  

Kailash Mallick

Abstract

ଚନ୍ଦ୍ରମା ମିଶନ -ଚନ୍ଦ୍ରଯାନ -3

ଚନ୍ଦ୍ରମା ମିଶନ -ଚନ୍ଦ୍ରଯାନ -3

1 min
17


ରହସ୍ୟମୟ ମହାକାଶ,

ମାଳ ମାଳ ବ୍ରହ୍ମାଣ୍ଡ, କୋଟି କୋଟି ନକ୍ଷତ୍ର,

ଗ୍ରହ ଉପଗ୍ରହ ଶ୍ରେଷ୍ଠ ସୂର୍ଯ୍ୟ ଚନ୍ଦ୍ର.।

ବ୍ରହ୍ମାଣ୍ଡରୁ ଖଣ୍ଡେ ମାତ୍ର ଏଯାବତ ପୃଥିବୀ,

ଜୀବନର ବାସଯୋଗ୍ୟ, ଜଳ ସ୍ଥଳ

ପର୍ବତ ଝରଣା, ଘଞ୍ଚ ଅରନ୍ୟାନି,

ପୂର୍ଣ୍ଣଅଛି ସବୁକିଛି ଯାହା ଅଛି

ଈଶ୍ୱର ସୃଷ୍ଟିରେ.।


ପୃଥିବୀ ମାଆର ଭାଇ, ଜହ୍ନ ମାମୁଁ

ଜେଜର, ବାପାର ମୋର ବି

ଯୁଗେ ଯୁଗେ ଅଛନ୍ତି,

ଭାରି ସୁନ୍ଦର, ଭାରି କୋମଳ

ଶୀତଳ କିରଣ ତାଙ୍କର,

ଜଗତର କେହି ପ୍ରାଣୀ ଉତ୍ତପ୍ତ ହୁଏନି,

ସ୍ଥିତ ପ୍ରଜ୍ଞ ପରାକାଷ୍ଠା

ତେଣୁ ତ ମାମୁଁ ଜଗତର,

ଇପ୍ସିତ ପ୍ରିୟତମ ବିରହୀଣୀ କୁମୁଦିନୀର,

ପ୍ରେରଣାର ଉତ୍ସ ସକଳ ସୃଜନୀର,

ଆକ୍ତାମାକ୍ତା ବ୍ୟାପ୍ତି ସ୍ଥିତି,

ବିଦଗ୍ଧ ପ୍ରାଣର,

କେଉଁ ଗୁଣେ ବଳିୟାନ,

କାହିଁ ପାଇଁ ଅନ୍ୟତମ, କଣ ପାଇଁ ସେ ଏତେ

ଶୀତଳ କୋମଳ,

ଅଛି ନିଶ୍ଚେ ମୂଲ୍ୟବାନ, ଖଣୀ ଧାତୁମାନ.।

ଯା 'ବି ଥାଉ, ମାମୁଁଙ୍କ ଠାରୁ

ସ୍ନେହଁଶ୍ରଦ୍ଧା, ଧନରତ୍ନ ପାଇବା ଆଶାରେ

କେହି ପୁଣି ମାମୁଁଘରେ ଘର କରି ରହିପାରେ,

ସେଥିପାଇଁତ ପ୍ରତିଯୋଗିତା

ଅ, ଆ, ଈ, ଚୀ, ଭା, ରୂ ଭଣଜା ମଧ୍ୟରେ

ଭାରତ ଭଣଜାର ଚନ୍ଦ୍ରମା ମିଶନ,

ଚନ୍ଦ୍ରଯାନ -3 ଅଭିଯାନ,ସଫଳତାର ଶେଷ ସୋପାନ, ସାରା ପୃଥିବୀର ଏକ ମାତ୍ର

ସମ୍ମୋହନ ଲକ୍ଷ୍ୟ ।


ଦେଢଶହ କୋଟି ଭାରତୀୟଙ୍କ

ଆକୁଳ ପ୍ରାର୍ଥନା, ଘେନାକର,

ଶ୍ରୀଜଗନ୍ନାଥ, ଶ୍ରୀ ଦ୍ୱାରିକାନାଥ,

ଶ୍ରୀବଦ୍ରୀନାଥ, ହେପ୍ରଭୁ ରାମ ନାଥ..।

ଅର୍ଥ, ସ୍ୱାର୍ଥ, ପରିଶ୍ରମ,

ବିଜ୍ଞାନ ଆଉ ବୈଜ୍ଞାନିକଙ୍କର

ପୂର୍ଣ୍ଣହେଉ, ସଫଳତା ଲଭୁ,

ଚନ୍ଦ୍ରଯାନ -3, ଦକ୍ଷିଣ ଭାଗରେ

ଶୃଙ୍ଖଳିତ ଅବତରଣ କରୁ,

ବିଶ୍ୱେ, ବିଶ୍ୱ ଜନନୀ ଭାରତର

ଯଶ କିର୍ତ୍ତୀ ଥାଉ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract