Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Mallick

Action

3.4  

Kailash Mallick

Action

ମୋ ଅଭିଳାଷ

ମୋ ଅଭିଳାଷ

1 min
294


ନୀରବରେ ବସି ଶବ୍ଦ ଯୋଡିଚାଲ

   ଶବ୍ଦ ମିଶି ବାକ୍ୟ ହେବ,

କାର କେତେ ଅର୍ଥ ଥାଉ ବା ନଥାଉ

   ବାକ୍ୟ ଯୋଡି ଗଳ୍ପ ହେବ I

ଗପରୁ କବିତା ପ୍ରବନ୍ଧର ସତ୍ତା

   ଯୋଡି ଯୋଡି ସଂକଳନ,

ନଈରେ ନପଶି କେତେ ପାଣିଅଛି

     କରେ କିଏ ଆକଳନ I

ଲେଖିଚାଲ ବସି ନୀରବେ ଅନେକ

     କଲମରୁ କାଳି ସରୁ,

କଲ୍ଲୋଳିତ ହେଉ ଜ୍ଞାନର ସମୁଦ୍ର

     ଭାଷା ସରୁ ହୃଦୟରୁ,I

ପଢ ବା ନ ପଢ଼ ବହି କିଣି କିଣି

    ପୂର୍ଣ୍ଣହେଉ ବହି ଘର,

ମଇଳା କାଗଜ ଲେଖା ଦିଶୁଥିଲେ

    ଲାଗିବ କାମେ ଆମର I

ଓକିଲ ଯେପରି ଗୋଟିଏ ପ୍ରମାଣ

    ହଜାରେ ବହିରୁ ପାଏ,

ଯେତେବା ଜଟିଳ କେଶ ହେଉ ପଛେ

     ଯୁକ୍ତି ଛଳେ ଜିତିଯାଏ I

ସାହିତ୍ୟର ସେବା କରିବାକୁ ହେଲେ

     ଉଚ୍ଚଶିକ୍ଷା ନାହିଁ ଲୋଡ଼ା,

ପଦ୍ମ ହଳଧର,  ମୋହନ ଫକୀର

    କୋଉ ଶିକ୍ଷାବଳେ ବଢ଼ା I

ସଂସାରେ ସୁଖରେ ରହିବାକୁ ବୁଝ

   ଧନ ଲୁଚିଛି କୋଦାଳରେ,

ଭାଷାର ଉନ୍ନତି କରିବାକୁ ହେଲେ

    ସତ୍ୟ ଲୁଚିଛି କଲମରେ I

କୃଷକ,  ଶ୍ରମିକ  ସହଜେ ଯେଦିନ

   ବହିକିଣି ପଢି ବୁଝିବ,

ହେ କବି, ଭାବୁକ ବୁଝିବ ସେଦିନ

   ସାହିତ୍ୟ ନିଶ୍ଚୟ ବଢିବ I

ପଖାଳ କଂସାରେ ମଫସଲି ବୋହୁ

    କବିତା,କାହାଣୀ କହିବ,

ସେଦିନ ହେ ସାରସ୍ୱତ ବନ୍ଧୁବର୍ଗ

    ମୋ ଅଭିଳାଷ ପୂର୍ଣ୍ଣ ହେବ I

  


Rate this content
Log in

Similar oriya poem from Action