STORYMIRROR

Kailash Mallick

Classics

4  

Kailash Mallick

Classics

ନ ଜାଣିବା ଲୋକ ଅନ୍ଧ

ନ ଜାଣିବା ଲୋକ ଅନ୍ଧ

1 min
279


ଆଜି ଦୁନିଆରେ ଦୁଃଖ ସୁଲଭ

ଅନୁଭବୀ କହେ ଦୁଃଖ ଦୁଲ୍ଲଭ,

ଅକର୍ମା କାରଣେ କଷ୍ଟ ଲାଗଇ,

କର୍ମୀ ଭାଗ୍ୟ କହି ସୁଖେ ହସଇ I

ଅକର୍ମା କହେ ଏ ମନ୍ଦ,

ଜାଣିବା ଲୋକକୁ ବାଟ ପଡ଼ିଅଛି

ନ ଜାଣିବା ଲୋକ ଅନ୍ଧ I


ଜନମ ମରଣ ଦୁଇଟି କଥା,

ଜୀବନ ତା ମଧ୍ୟେ ହରାଏ ସତ୍ତା I

ଅନେକ ଜନ୍ମର ପୁଣ୍ୟର ଫଳେ,

ମଣିଷ ଜନମ ଏ ମହୀତଳେ I

ସଂସାର ମାୟାରେ ଭୁଲି ନିଜକୁ

ଧନ ଗର୍ବେ ହୁଏ ଅନ୍ଧ,

ଆସିଛି କୋଉଠୁ ଯିବ କୋଉଠିକି

ଏକଥାକୁ ଭାବେ ଦ୍ବନ୍ଦ,

ନ ଜାଣିବା ଲୋକ ଅନ୍ଧ I


ପୁତ୍ର ନାତି ଭାର୍ଯ୍ୟା ବନ୍ଧୁ ନିଜର

ମିଛ ସମ୍ପର୍କ କେ ନୁହେଁ କାହାର,

ଦୁଃଖ କଷ୍ଟ କରି ପୋଷିବା ସାର

ଯିବ ଗଲେ କେ ନଯିବେ ସାଙ୍ଗର

ବେଳ ଥାଉଁ ବନ୍ଧ ବାନ୍ଧ,

ଜନ୍ମବେଳେ ଏକା ମରଣରେ ଏକା

ଏକଥା ପୁରାଣ ସିଦ୍ଧ,

ନଜାଣିବା ଲୋକ ଅନ୍ଧ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics