ଅବଶୋଷ
ଅବଶୋଷ
ଦୁଇ ନାରୀଙ୍କର ଭଲ ବୁଝାବଣା
ଘରକୁ ବୈକୁଣ୍ଠ କରେ,
ସେହି ଦୁଇଙ୍କର ଭୁଲ ବୁଝାବଣା
ନରକ ଯନ୍ତ୍ରଣା ଭରେ।
ସୃଷ୍ଟିର କାରଣ ବିଚିତ୍ର ବିଧାନ
ପରନାରୀ ଦୁଇଜଣ,
ଜଣେ ତ ଭାରିଯା ଜଣେ ପୁତ୍ରବଧୂ
ରୂପେ ପରିଚୟ ଜାଣ।
ଭାରିଯା ହେଉ ବା ହେଉ ପୁତ୍ରବଧୂ
ଘରର ନୁହଁନ୍ତି କେହି,
ନିରିମୁଳି ଲତା ପରାଏ ସମ୍ପର୍କ
ଗଛ ଦେହେ ମାଡିଥାଇ।
ମୂଳଟି କୋଉଠି ନିଜେ ନିରିମୁଳି
ସେକଥା ସେ ଜାଣିନାହିଁ,
ମାୟାଜାଲ ପରି ରହିଥାଇ ଘେରି
ଗଛର ଜୀବନ ଖାଇ।
ଗଛବିନା ସ୍ଥିତି ଶୁନ୍ୟ ଅବସ୍ଥିତି
ଗଛ ପାଇଁ ତା ଜୀବନ,
ସମ୍ପର୍କରେ ଜଡି ଅହଙ୍କାରେ ଭିଡି
ଗଛକୁ ଦିଏସେ ପୀଡ଼ନ।
ନଦୀଜଳ ଯଦି ସାଗର ସହିତ
କେବେବି ମିଶୁନଥାନ୍ତା,
ବିଧତାଙ୍କ କଳ୍ପ ଜଗତ ସ୍ୱରୂପ
ନିଶ୍ଚେ ଭିନ୍ନ ହୋଇଥାନ୍ତା।
ଶାଶୁଘରେ ବୋହୁ ପାଦଦୋଉ ଦୋଉ
ସ୍ୱାମୀସାଥେ କରେ ଛଳନା,
କାମଚରିତାର୍ଥେ ସିଂହକୁ ଶୃଗାଳ
ପ୍ରୀତିବନ୍ଧନର ବାହାନା ।
ବୃଦ୍ଧ ପିତାମାତା ସେବାଯତ୍ନପାଇଁ
ବୋହୁ ଆସିଥାଏ ଘରକୁ,
ସ୍ୱାମୀସୁଖ ନିଜ ସନ୍ତାନଙ୍କ ପାଇଁ
ଭୁଲିଯାଏ ବୋହୁ ଧର୍ମକୁ।
ଭାରିଯା ରୂପରେ ଆଗେ ଆସେ ବୋଲି
ଶାଶୁ ଘର ମାଲିକାଣୀ,
ବୋହୂକୁ କୁହେସେ କୋଉଠୁ ଆଇଛୁ
ତୁଟା ତୁଚ୍ଛା ଅଲକ୍ଷଣୀ।
ନାରୀ ପରଶରେ ପିୟୁଷ ଝରଇ
ବହେ ମନ୍ଦାକିନୀ ଧାରା,
ସରଗ ସୁଖତ ତାସ୍ନେହଁ ପ୍ରେମରେ
ତାସେବା ସୁଖ ପସରା।
ଧର୍ମର ମୂରତି ନାରୀ, ମାତୃମୂର୍ତ୍ତି
ବୁଝିଗଲେ ନାରୀଧରମ,
ଭୁଲ ବୁଝାବଣା ଅପସରି ଯା 'ନ୍ତା
ଘର ହୁଅନ୍ତା ବୈକୁଣ୍ଠ ସମ।
