ମୋର ଭିନ୍ନ ଚିନ୍ତା
ମୋର ଭିନ୍ନ ଚିନ୍ତା
ସବୁ ନାରୀ ଯେବେ ସାବିତ୍ରୀ,
ବୃଦ୍ଧ ବୟସରେ କେତେପିତାମାତା
ବୃଦ୍ଧାଶ୍ରମେ କାହିଁକି ରହୁଛି,
ପୁଅବୋହୁଙ୍କୁ ଆତୁରେ ଝୁରୁଛି.
ସବୁ ନାରୀଯେବେ ସାବିତ୍ରୀ ।
ସବୁନାରୀ ଯେବେ ସାବିତ୍ରୀ
ଅଧବୟସରେ ରାସ୍ତାରେ ଘାଟରେ
ସ୍ୱାମୀ କେତେ ପଡିକି ମରୁଛି
ନିଜେ ଅନାଥିନି ହୋଉଛି
ସବୁ ନାରୀ ଜେବେ ସାବିତ୍ରୀ ।
ସବୁନାରୀ ଯେବେ ସାବିତ୍ରୀ,
କୃଷ୍ଣଚୂଡ଼ା ନାଲି କାହିଁ ଯାଏ ଚାଲି
ଶୁଭ୍ରବାସେ କେତେ ଦେହ ଶୋଭୁଛି
କେତେ କଟକଣା ସହୁଛି
ସବୁ ନାରୀ ଯେବେ ସାବିତ୍ରୀ ।
ସବୁନାରୀ ଯେବେ ସାବିତ୍ରୀ
ପତିବ୍ରତ ବର୍ଜୀ ପରକୀୟା ପ୍ରୀତି
କରି ମନମାହତକୁ ସାରୁଛି,
ନିଜ ସଂସାର ଉଜାଡି ଦେଉଛି
ସବୁନାରୀ ଯେବେ ସାବିତ୍ରୀ ।
ସବୁନାରୀ ଯେବେ ସାବିତ୍ରୀ,
ଯେଉଁ ଶକ୍ତିବଳେ ମୃତପତି ଆତ୍ମା
ଯମରଜାଠୁ ଛଡେଇ ଆଣିଛି,
ସେ ସ୍ମୃତି ବିସ୍ମୃତି ହୋଇଛି
ସବୁ ନାରୀ ଯେବେ ସାବିତ୍ରୀ I
ସବୁନାରୀ ଯେବେ ସାବିତ୍ରୀ,
ଆଚାରରେ ଲକ୍ଷ୍ମୀ ବିଚାରେ ପଣ୍ଡିତI
ଏକଥାକୁ ଭୁଲି ଯାଉଛି,
ସୃଷ୍ଟି ସଂହାରିଣୀ ସାଜୁଛି
ସବୁନାରୀ ଯେବେ ସାବିତ୍ରୀ ।
ସବୁନାରୀ ଯେବେ ସାବିତ୍ରୀ,
ଦେଖିନାହିଁ ହସ୍ତୀ ସ୍ୱକାୟା ଶକତି
ମାହୁନ୍ତ, ମୁନକୁ ଡ଼ରୁଛି,
ନିଜ ଗୁଣଧର୍ମ ଭୁଲୁଛି
ସବୁନାରୀ ଯେବେ ସାବିତ୍ରୀ ।
ସବୁନାରୀ ହେଲେ ସାବିତ୍ରୀ
ଅନ୍ୟାୟ ଅନୀତି ଦୂରେଇସେ ଯିବ
ପ୍ରୀତି ମକରନ୍ଦ ଝରିବ,
ଘର ବୈକୁଣ୍ଠ ହୋଇବ,
ସବୁ ନାରୀଙ୍କ ପାଦପଦ୍ମରେ
ଏ ଆଶା ଅଧମ କରୁଛି
ସବୁ ନାରୀ ହୁଅ ସାବିତ୍ରୀ ।
