ଅତୀତ
ଅତୀତ
କେବେ ରାତି କେବେ ଦିନ,
କେବେ ଅମାବାସ୍ୟା
କେବେ ସ୍ୱେତ୍ତ ଜହ୍ନ,
କେବେ ବୈଶାଖ ର ତାତି
କେବେ ଶ୍ରାବଣର ଅର୍ଣ୍ଣ,
କେବେ ଆଶ୍ୱିନ ର କାକର
କେବେ ମାର୍ଗଶୀର ର ଚାର,
କେବେ ଫଗୁଣ ର ଫଗୁ
କେବେ ପୁଣି ତେର ପର୍ବ ର ଯାଦୁ,
କେବେ ସେ ଋତୁରାଜ୍ ବସନ୍ତ ର ରାଗ
କେବେ ପୁଣି କୃଷ୍ଣଚୂଡ଼ା ର ଲୋହିତ ରଙ୍ଗ,
କେବେ ପ୍ରକୃତି ର ସଜବାଜରେ
ଇନ୍ଦ୍ରଧନୁ ସାଜେ ଶାଢ଼ୀ,
କେବେ ଆମ ଓଡ଼ିଆ ପରବରେ
ଝୋଟି ଚିତା ଥାଏ ପଡ଼ି,
କେବେ ପରିବାର ର ଅଧ୍ୱଗା ରେ
ଦୁଃଖ ସୁଖ ର ଲହରୀ,
କେବେ ପୁଣି ପରିସ୍ଥିତି ର ଚକ୍ରବିହ୍ୱ ରେ
ବିଧାତା ସାଜେ ନାଉରୀ,
ଅସରନ୍ତି ପସରା ସାଉଁଟି ନେଇଛି
ପୁରୁଣା ପୋଥି ର ଏ ଡୋରି ,
ସରି ଯାଏ ରାତି ତଥାପି ନ ସରେ
ଏ ଅତୀତର ସ୍ମୃତି ପୃଷ୍ଠା ଟି।
