STORYMIRROR

ସୁଭଦ୍ରା ସିଂହ

Tragedy Fantasy Inspirational

4  

ସୁଭଦ୍ରା ସିଂହ

Tragedy Fantasy Inspirational

ଭାବର ଶୃଙ୍ଗାର

ଭାବର ଶୃଙ୍ଗାର

1 min
280

ଶବ୍ଦ ବଗିଚାରେ ସନ୍ଧାନ କରୁଛି 

ଭିନ୍ନ ଏକ ଅର୍ଥ ରେଣୁ ,

ମନର ଭାବକୁ ଆଙ୍କିବା ଆଶାରେ 

ସାଉଁଟିଛି ବର୍ଣ୍ଣ ତେଣୁ, 


ଅନୁଭବ ସବୁ ଶୃଙ୍ଗାର କଲେଣି 

ହେବା ପାଇଁ ମୁହଁ ଦେଖା,

ଅନୁଭୂତି ମାନ ଥଟ୍ଟା ପରିହାସେ 

କଲେଣିଗୋ  ଲୋକ ହସା, 


କାହିଁ ଉଡ଼ି ଆସି ମାନସ ବାହା ରେ 

ବସି ରାବେ ପ୍ରେମ ପକ୍ଷୀ ,

କେକୀ କେତକୀଙ୍କ ସୌରଭ ଜୁଆରେ 

ସନ୍ତରିତ ହୁଏ ବୁଦ୍ଧି, 


ମେଘ ମହ୍ଲାରଙ୍କ ନୃତ୍ୟ ନିନାଦରେ 

ଝଙ୍କୁରିତ ହୁଏ ଧରା, 

ରୂପଶ୍ରୀ ମୟୂର ପକ୍ଷ ବିସ୍ତାରଣେ

ସ୍ୱାଗତ କରଇ ପରା, 


ମୃଦୁ ମନ୍ଦ ଗୁଣେ ପ୍ରତିହତ କରେ

ବିବସ୍ୱାନଙ୍କର ରୋଷ ,

ରୌଦ୍ରତାପ ଠାରୁ ମୁକ୍ତ ହୋଇ ହସେ 

ଏ ନଦୀ, ନଦ, ମାଟି ପୃଷ୍ଠ, 


ଚତୁର୍ଦ୍ଦିଗ ଦିଶେ ସବୁଜିମା ଭରା 

ଶ୍ୟାମଳାଙ୍ଗୀ ବସୁମତୀ ,

ଇନ୍ଦ୍ରଧନୁ ରଙ୍ଗ ଝାପ୍ସା ଦିଶେ ପୁଣ

ଦେଖି ପୁଷ୍ପ ଙ୍କର ଦୀପ୍ତି, 


ଶ୍ରାବଣ ଧାରାରେ ଭାବର ସହରେ 

ସତ୍ୟ ସୁନ୍ଦରଙ୍କ ଧ୍ୟାନ ,

ପାବନ ମାସରେ ପାପଙ୍କ ନାଶରେ 

ସୁମରନ୍ତି ସୁଧି ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy