STORYMIRROR

ସୁଭଦ୍ରା ସିଂହ

Drama Tragedy Fantasy

3  

ସୁଭଦ୍ରା ସିଂହ

Drama Tragedy Fantasy

ନିଶ୍ଚିତ ଭାବେ

ନିଶ୍ଚିତ ଭାବେ

1 min
186

ନିଶ୍ଚିତ ଭାବେ, 

ସେ ବି ବଞ୍ଚିଯିବେ, ଯେ କହୁଥିଲେ,

"ତୁମ ବିନା ମୋତେ ଅଣନିଃଶ୍ୱାସୀ ଲାଗେ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ଅନୁପସ୍ଥିତି ମୋତେ ମହାଶୂନ୍ୟତାକୁ ଅନୁଭବ କରାଏ।

ସେ ବି ବଞ୍ଚିଯିବେ ,ଯେ କହୁଥିଲେ, 

"ତୁମ ବିନା ମୋ ପ୍ରଭାତେ କାଳିମା ଛାଏ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ବିନା ମୋର ଶୃଙ୍ଗାର ମଳିନ ହୁଏ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ବିନା ମୋ କେଶ ବି ଅଡୁଆ ରୁହେ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ବିନା ମୋ କ୍ଷୁଧା ତୃଷା ଉଡିଯାଏ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ବିନା ମୋ କାନ୍ତି ବି ସୌରଭ ହରାଏ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ବିନା ମୋ ଜୀବନ ତ ମରୁଭୂଇଁ ଟିଏ।

ସେ ବି ବଞ୍ଚିଯିବେ, ଯେ କହୁଥିଲେ, 

"ତୁମ ବିନା ମୋ ସଙ୍ଗୀତ ରାଗ ଛନ୍ଦ ଭୁଲି ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama