STORYMIRROR

ସୁଭଦ୍ରା ସିଂହ

Drama Inspirational

3  

ସୁଭଦ୍ରା ସିଂହ

Drama Inspirational

ଭାଈ ମୋ ଅବ୍ୟକ୍ତ ବେଦନାର ସ୍ୱରୂପ

ଭାଈ ମୋ ଅବ୍ୟକ୍ତ ବେଦନାର ସ୍ୱରୂପ

1 min
162

ତୁ ଶକ୍ତ କରି କହିଲେ କ'ଣ ଭାବୁଛୁ ମୁଁ ଜାଣିପାରୁନି?

ତୋ ବେଦନା ଜର୍ଜରିତ ହୃଦୟ ର ପୀଡାକୁ, 

ତୁ ଚୁପ୍ ରହିଗଲେ ମୁଁ ପଢିପାରେ

ତୋ ଅଭିମାନ ଭରା ଆଖିର ଉକ୍ତିକୁ, 

ତୁ ଅବୁଝା ଲୁହରେ ସିନା ଧୋଉଛୁ 

ନିଜ ଯୌବନର କିଛି ସ୍ପୃହାକୁ,

ତୋ ଜୀବନର କେତେ ଚପଳାମି 

ଧ୍ୱଂସ ହୋଇଛି ପୁତ୍ର କର୍ତ୍ତବ୍ଯ ପାଳିବାକୁ,

ପାଣି ଢାଳୁଁ ନୀର ସିନା ଧୋଇ ଦିଏ 

ତୋ ବଦନର କଳାକୁ ,

ଅନ୍ତର କି ଧୋଇ ହୁଏ ତୋର? 

ଜାଳି ଦେଇ ନିଜ ସ୍ୱପ୍ନର ସହରକୁ ,

ଭେଦ କରେ ଦୁଃଖ ଯେବେ ମୋ ହିଆକୁ

ହିସାବ କରେ ତୋ ଜୀବନାଭିନୟ କୁ, 

ସ୍ରୋତସ୍ୱିନୀ ସ୍ରୋତ ସମ 

ଅଶ୍ରୁ ଝାରି ମିଥ୍ୟାଶ୍ୱାସନା ଦେଇଥାଏ ମୁଁ ନିଜକୁ, 

ତଥାପି ମୋ ପ୍ରାଣ କାନ୍ଦେ 

ଅନୁଭବ କରି ତୋ ହୃଦୟର ବେଦନାକୁ, 

ତୋ ଶବ୍ଦ ସିନା କଷ୍ଟ ଦିଏ ମୋ କର୍ଣ୍ଣ ପଟିକୁ 

କିନ୍ତୁ ତୁ ନିଜେ ହିଁ ତ ପୋଛିଦେଉଛୁ ଅଜାଣତେ ମୋ ଦୁଷ୍ଟ ଲୁହକୁ, 

ତୁ ପା ନିଜେ ହାରି ଜିତାଇଛୁ  ମୋତେ କେତେ ଲୁଚକାଳି ଖେଳ ସବୁ, 

ତୁ ତ ନିଜେ କାନ୍ଦି ହସାଇଛୁ ମୋତେ 

ମନେ ଅଛି ମୋର ସେ ପିଲା ଦିନ ବେଳ ସବୁ, 

ତୋତେ କରଯୋଡ଼ି ମାଗେ ଆଜି 

କିଛି ଭିକ୍ଷା ଦେ ଏ ଅଭାଗିନୀ ଭଗିନୀକୁ, 

ନିଜର ବେଦନାଗ୍ନି ରେ ଅଂଶୀଦାରୀ ମନେ ଭାଳ 

ତୋ ଏ ଅଲିଅଳି ଭଉଣୀକୁ, 

ନିଜ ଦୁଃଖ ସବୁରୁ ଭାଗ ମୋର ଭାଗ ରଖ

ଯଦି ସୁଖ ଦେଇ କେବେ ମହାନ୍ ଭାବିଥାଉ ନିଜକୁ, 

ଏହା ଏକ ସତ୍ୟାସତ୍ୟ ବାର୍ତ୍ତା ଜାଣ

ମୁଁ ମାତୃ ଗର୍ଭୁଁ ହିଁ ଭାଗ ନେଉଛି ତୋ ସମସ୍ତ ସ୍ଥିତିରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama