Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Drama Tragedy

4  

Binata Mohanta

Drama Tragedy

ବିଚ୍ଛେଦ- କୁତ୍ସିତ ଓ ନିନ୍ଦନୀୟ

ବିଚ୍ଛେଦ- କୁତ୍ସିତ ଓ ନିନ୍ଦନୀୟ

1 min
247


ଦୁହେଁ ସାଥୀ ହୋଇ ଚାଲିବା ଆଜୀବନ

       ସେଥି ନିମନ୍ତେ ପକାଇ ଥିଲୁ ହାତଗଣ୍ଠି

କିନ୍ତୁ ସଂସାର ଆରମ୍ଭିବା ଆଗରୁ

       ସମ୍ପର୍କର ବୁଝାମଣାରେ ପଡିଥିଲୁ ଝୁଣ୍ଟି ।


ବାଦବିବାଦ ସହ ରାଗ ରୋଷରେ

        ଦୁହେଁ ଦୁହିଁଙ୍କୁ କରୁଥିଲୁ ବିଶ୍ଳେଷଣ

ନିଜ ନିଜ ଆତ୍ମ ବଡିମା, ଅହଂକାର

        ହୋଇଲା ବିଚ୍ଛେଦର ମୁଖ୍ୟ କାରଣ ।


କେହି କାହା ଆଗେ ମୁଣ୍ଡ ନୋଇବାକୁ

         ପ୍ରସ୍ତୁତ ନଥିଲୁ ସବୁ ଜାଣି  

କଳହ ବଢିଲା,ଘର ଉଜୁଡିଲା

         ଏହାହିଁ ବ୍ୟଥା, ବେଦନା ଭରା କାହାଣୀ ।


ପରସ୍ପର ମଧ୍ୟେ ଥିଲା ଯେଉଁ ପ୍ରେମ

          ହୋଇଗଲା ସବୁ ଅତିତର ସ୍ମୃତି

ସଭ୍ୟ ସମାଜେ ଶିକ୍ଷିତ ହୋଇ ମଧ୍ୟ

         ସଂସାର ଗାଡ଼ିରେ ଅସଫଳ ଆମ ଗତି ।


ପିତାମାତା,ବନ୍ଧୁ ପରିଜନ ଆମ ଆଗେ ଗଲେ ହାରି

       ସମ୍ପର୍କ ତୁଟାଇ ସଭିଙ୍କ ଠାରୁ ଗଲୁ ଆମେ ଓହୋରି

ପରିଣାମ ସ୍ବରୂପ ମିଳିଲା ବଦନାମ

          ବାସ୍ତବରେ ହୋଇ ପାରିଲୁ ନାହିଁ କାହାରି ।


ଏହି ବିଚ୍ଛେଦରେ ଦୁଇ ପରିବାର ମଧ୍ୟେ

          ମାଡି ଆସିଲା କଳା ମେଘ ସମ ବିପଦ

ଅଶାନ୍ତି, ଅପମାନ,ଗଞ୍ଜଣାରେ

           ଛାତି ହୋଇ ଗଲାଣି ସ୍ତବ୍ଧ ।


ବିଚ୍ଛେଦ ଶଦ୍ଦ ଅଟେ କୁତ୍ସିତ ଓ ନିନ୍ଦନୀୟ

          ମନେ ଭରିଦିଏ ଭାବନା ହିଂସାପୂର୍ଣ୍ଣ

କଳଙ୍କିତ ସଂପର୍କର ଗୁଞ୍ଜରଣରେ

          ଦାମ୍ପତ୍ୟର ଡୋରି ହୋଇଛି କ୍ଷୁର୍ଣ୍ଣ  ।


ସମ୍ପର୍କ ସହ ପରିବାର ଯାଇଛି ଉଜୁଡି

           ପ୍ରତି କଥାରେ ଦେଖାଯାଏ ମତଭେଦ

ବହୁ କଳୁଷିତ ଆଉ କୁତ୍ସିତ

           ଅଟେ ଏହି ଶବ୍ଦ ବିଚ୍ଛେଦ ।


Rate this content
Log in

Similar oriya poem from Drama