STORYMIRROR

Binata Mohanta

Others

4  

Binata Mohanta

Others

ଭାର୍ଯ୍ୟାଳୟ

ଭାର୍ଯ୍ୟାଳୟ

1 min
14

ପ୍ରତିଦିନ ପ୍ରାତଃ ବ୍ୟସ୍ତତା ତୁମ ଲାଗି
          ପୋଷାକ ରେଡି ଅଛି ତ ?
କାର୍ଯ୍ୟାଳୟ ବାହାରି ଗଲେ ତମେ
           ଅନ୍ୟ କାମ କରିବି ତ ?
ଗଭୀର ସ୍ବଭାବ ଶ୍ରାବଣର ସମ
          ବିଚକ୍ଷଣ ବୁଦ୍ଧି ଭରା 
ଫଗୁଣ ମହକ ଶ୍ରାବଣୀର ନାମ
          ଅନାବିଳ ସ୍ନେହ ପରା ।
ତମ ହୃଦୟେ ମୋର ପ୍ରତିଛବି
          ଦେଖେ ଭାବି ମୁଁ ଦର୍ପଣ 
ମନ କାନନେ ତମେ ମୋ ଗୋଲାପ 
           ସ୍ମୃତି ଭରା ପ୍ରତିକ୍ଷଣ ।
ଅମା ଅନ୍ଧକାରେ ଦୀପଟିଏ ପରି
           ଲୋଡ଼ନ୍ତି ପରିବାର ଜନ
ପ୍ରତି ସମସ୍ୟାର ସମାଧାନ କର
           ସାଜି ସଂକଟ ମୋଚନ।
ଖଟାମିଠା ଭରା ନିତିଦିନ କଥା
           ସାଥେ ନେଉ ସବୁ ଆଦରି
ରାଗ ଅଭିମାନର କଥା କଟାକଟି 
           ରାତି ସହ ଯାଏ ସରି ।
ଷାଠିଏ ପୁରୁଣୁ ଅବସର ଦେଲା
          ତୁମ ସରକାରୀ କାର୍ଯ୍ୟାଳୟ
ପ୍ରୀତି ମନ୍ଦିରର ପ୍ରିୟତମ ମୋର 
          କରେ ସ୍ବାଗତ ଭାର୍ଯ୍ୟାଳୟ ।


Rate this content
Log in