STORYMIRROR

Binata Mohanta

Inspirational Others

4  

Binata Mohanta

Inspirational Others

ପରିବର୍ତ୍ତିତ ଜୀବନ ଶୈଳୀ

ପରିବର୍ତ୍ତିତ ଜୀବନ ଶୈଳୀ

1 min
203

ପ୍ରାତଃ କାଳ ପକ୍ଷୀଙ୍କର କୋଳାରବ

     ଆଉ କାନକୁ ଶୁଭୁନି 

ମୋବାଇଲ ଆଲାର୍ମ ସାଜି ଅଛି ଏବେ

      ପ୍ରଭାତ ମଙ୍ଗଳ ଧ୍ୱନି।

କଂକ୍ରିଟ ଜଙ୍ଗଲେ ଆବଦ୍ଧ ଜୀବନ

      ଅଗଣା ହୋଇଛି ଲୁପ୍ତ 

କଅଁଳା ବାଛୁରୀ ହମ୍ବାରଡି ଶବ୍ଦ 

     ସାଜିଛି ଅତୀତ ଗୀତ ।

ବଗିଚାରୁ ଆଉ ତୋଳା ହେଉ ନାହିଁ 

      ଠାକୁରଙ୍କ ଲାଗି ଫୁଲ 

ପ୍ରାତଃ ଭ୍ରମଣରୁ ଲେଉଟିଲା ବେଳେ 

      ଫୁଲ କିଣୁ ଦେଇ ମୂଲ ।

ବାଡିର ତଟକା ଶାଗ ଓ ପରିବା

      ମିଳେ ନାହିଁ ପ୍ରତିଦିନ

ବଗିଚାର ଆଉ ନାହିଁ ପ୍ରୟୋଜନ 

      ଦାତା ସାଜେ ଆମାଜନ।

ରୋଷେଇ ଘର ବର୍ଜିତ ତହିଁ କି

      ଯିବାକୁ ନହୁଏ ମନ

ଖାଦ୍ୟ ପରୋଶନ୍ତି ଇଚ୍ଛା ମୁତାବକ 

      ସ୍ବିଗି ଓ ଜମାଟୋ ମାନ ।

ଯୋଗ ଆଉ ଧ୍ୟାନ ଅବା ପ୍ରାଣାୟମ 

      ଆଉ ନୁହେଁ ମନୋମତ 

ପାଶ୍ଚାତ୍ୟ ସଙ୍ଗୀତ ତାଳେ ତାଳେ ହୁଏ

      ଜୁମ୍ବା ଶୈଳୀର ନୃତ୍ୟ ।

ବନ୍ଧୁ ପରିଜନ ପରିବାର ଗଣ

      ସମସ୍ତେ ଅଦରକାରୀ 

ବଜାର ଯିବାକୁ ଓଲା ବା ଉବେର

      ସାଜନ୍ତି ଆମ ସବାରୀ ।

ହଉ ଅଛି ଏବେ ଇଣ୍ଟରନେଟ ମାଧ୍ୟମେ 

      ସବୁ କିଣା ଆଉ ବିକା 

ନେଣ ଦେଣ ହୁଏ ମୋବାଇଲ ଆପରେ 

      ଅଲୋଡା ପଇସା ଟଙ୍କା ।

ପିତା ମାତାଙ୍କର ସ୍ଥାନ ବୃଦ୍ଧାଶ୍ରମେ

      କୁକୁର ଶୁଅନ୍ତି କୋଳେ

ବଦଳି ଯାଉଛି ଜୀବନଶୈଳୀ

     ପାଶ୍ଚାତ୍ୟ ର ଆଢୁଆଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational