STORYMIRROR

Binata Mohanta

Inspirational

4  

Binata Mohanta

Inspirational

ଓଡ଼ିଆ ଭାଷା

ଓଡ଼ିଆ ଭାଷା

2 mins
324

          ଓଡ଼ିଆ ଭାଷା

ବିଦେଶୀ ଇଂରାଜୀ ସୁଟବୁଟ୍ ପିନ୍ଧି 
            ଓଡ଼ିଆ ଭାଷାକୁ ଦେଖେ କଣେଇ 
ଭାବେ ସାରା ବିଶ୍ଵେ ଉଡେ ମୋର ନେତ 
            ସେଥିପାଇଁ ଅବା ଗରବ ମଣଇ।
ବିଦେଶୀ ଇଂରାଜୀ ଆଡମ୍ବର ଅତି 
             ଓଡ଼ିଆ ଭାଷାକୁ ଭାବେ ନଗଣ୍ୟ
କହେ ସାରା ବିଶ୍ଵରେ ଆଜି ମୁଁ ଆଦୃତ 
             ଓଡ଼ିଆ ଭାଷାର କାହିଁ ବା ସ୍ଥାନ।
ଓଡ଼ିଆକୁ କହେ ଆଇନାକୁ ଦେଖ
              ଛୋଟ ଏକ ରାଜ୍ୟେ ତୁହି ସୀମିତ 
ପ୍ରଥମ ଶ୍ରେଣୀରୁ ଆଦରନ୍ତି ମୋତେ 
              ତୋହରି ରାଇଜେ ତୁ ଅପରିଚିତ।
ଗମ୍ଭିର ସ୍ବରରେ ଓଡ଼ିଆ କୁହଇ 
          ଥୟଧର ଟିକେ ଇଂରାଜୀ ବାବୁ 
ଓଡ଼ିଆ ଭାଷାର ବେଶ ପରିପାଟ 
          ଧ୍ୟାନ ଦେଇ ଥରେ ଶୁଣିଯା ସବୁ ।
ମାର୍ଜିତ ସଜ୍ଜିତ ଓଡ଼ିଶାର ଭାଷା
           ବର୍ଣ୍ଣ, ମାତ୍ରା ଆଉ ଫଳାରେ ଗଢା
ଅସ୍ଥି ମଜ୍ଜା ତୋର ଛବିଶି ଅକ୍ଷର
          ସେଥିରେ ତୋ ସ୍ବର ତ୍ରୀପୁର ଚଢା ।
ଅଣଚାଶ ଅକ୍ଷର ଆଉ ଯୁକ୍ତାକ୍ଷର 
           ଖଞ୍ଜା ହୁଏ ମୋର ପ୍ରକୃତ ଆକାର
ସନ୍ଧି ସମାସ ଓ ଅଳଙ୍କାର ଯେତେ
          ସାଜନ୍ତି ମୋହର ଶବ୍ଦର ଭଣ୍ଡାର ।
ଭାଷାର ଆଧାରେ ଗଠିତ ହୋଇଛି 
           ପ୍ରଥମ ରାଇଜ ଆମ ଓଡ଼ିଶା 
ଶାସ୍ତ୍ରୀୟ ଭାଷାର ସମ୍ମାନ ପ୍ରାପ୍ତି ରେ
           ପ୍ରଥମ ଧାଡ଼ିରେ ଓଡ଼ିଆ ଭାଷା ।
ପାଣି ଜଳ ଆଉ ଧୂଆଁ ଉଚ୍ଚାରଣ 
            ଇଂରାଜୀ ଭାଷା କି ପାରିବ କରି 
ପ୍ରାଚୁର୍ଯ୍ୟତା ପୂର୍ଣ୍ଣ ଓଡ଼ିଆ ଭାଷା
            ଇଂରାଜୀ ତା ସାଥେ ନହେବ ସରି ।
ଇଂରେଜ ଗଲେଣି ଗୋଲାପି ର ରଙ୍ଗ
            ତଥାପି ଓଡ଼ିଆ ମନରେ ଅଛି 
ସେଥିପାଇଁ ବୋଧେ ବାଟରେ ଘାଟରେ 
            ଓଡ଼ିଆ ଇଂରାଜୀ କହିବୁଲୁଛି ।
ଯେଉଁଦିନ ଓଡ଼ିଆ ହୃଦରେ ଜାଣିବ
            ସ୍ବାଭିମାନ ଆଉ ଆତ୍ମବିଶ୍ବାସ 
ଜିଇଁ ଉଠିବ ଏ ଭାଷା ଆଉ ଥରେ
            ଜଗତେ ବିସ୍ତାରି ତା'ର ପ୍ରକାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational