STORYMIRROR

Binata Mohanta

Others

3  

Binata Mohanta

Others

କାଳବୈଶାଖୀ

କାଳବୈଶାଖୀ

1 min
16


ପ୍ରଚଣ୍ଡ ନିଦାଘ ଯେବେ ଶୋଷି ନିଏ ଜଳ

ଶୁଷ୍କ ପଡ଼ିଯାଏ ସମଗ୍ର ମହୀ ମଣ୍ଡଳ ।

ଉଷ୍ଣ ଉତ୍ତାପ ପ୍ରବାହ ସାଥେ ବାଲି ଝଡ଼ 

ଉଗ୍ର ପ୍ରକୋପ ଦେଖାଏ କାଳବୈଶାଖୀ ମାଡ଼ ।

କେଉଁଠି ଉପାଡେ ବୃକ୍ଷ, କେଉଁଠି ଭାଙ୍ଗେ ଡାଳ

ଘର ଦ୍ବାର ଭାଙ୍ଗି ପୁଣି ଉଡ଼ାଇ ନିଏ ଚାଳ ।

ବୈଶାଖରେ କାଳବୈଶାଖୀ ହୁଅଇ କାଳ

ଶୁଖିଲା ଘଡଘଡି ଶଦ୍ଦେ ଥରେ ମହୀ ମଣ୍ଡଳ ।

ଶୁଖିଲା ପାଗଟାରେ ବଜ୍ର ପ୍ରହାର ମାରି

ଜନ ପଶୁପକ୍ଷୀ ଜୀବନ ନିଏ ସେ ହରି । କୁଆପଥର ବର୍ଷା କେବେ ନେଇ ଆସେ

ପ୍ରଳୟ ଘଟାଇ ନିମିଷକେ ସର୍ବ ଗ୍ରାସେ ।

ଉଜୁଡିଲା ଫସଲ ଦେଖି କୃଷକ ହତାଶେ 

ବୃଥା ପରିଶ୍ରମ କହି ଭାଗ୍ୟକୁ ସେ କୋଷେ।



Rate this content
Log in