ମୁଢ଼ି ପକୁଡ଼ି
ମୁଢ଼ି ପକୁଡ଼ି
ମୌସୁମୀ ବରଷା କରିଛି ପ୍ରବେଶ
ଜମା ଯାଇ ପାରୁ ନାହିଁ ଛାଡ଼ି
କେତେବେଳେ ଧିରେ ବରଷୁ ଅଛି
କେତେବେଳେ ଦିଏ କଚାଡି ।
ମେଘ ଘଡଘଡି ବିଜୁଳି ସାଥିରେ
ବୋହୁଛି ଶୀତଳ ପବନ
ମେଘ ଆକାଶକୁ ରଖିଛି ଘୋଡେଇ
ସୂର୍ଯ୍ୟ ନ ଦିଅନ୍ତି ଦରଶନ ।
କପଡା ଶୁଖାଇ ପଶୁ ନ ପଶୁଣୁ
କୁଆଡୁ ବର୍ଷା ଆସୁଛି ମାଡ
଼ି
ପୁଣି ଆଉଥରେ ଭିଜିବା ଭୟରେ
ପଂଖା ତଳେ ବାନ୍ଧିଛି ଦଉଡ଼ି ।
ଶୀତୁଆ ପାଗକୁ ସଭିଙ୍କ ବରାଦ
ଶୀଘ୍ର ତିଆରି କର ପକୁଡ଼ି
ତା'ସାଥିରେ ପୁଣି ପାଗ କରି ଆଣ
ମୁଢ଼ି,ମିକ୍ସଚର,ପିଆଜ,କାକୁଡ଼ି ।
ବର୍ଷା ପାଗ ଯୋଗୁଁ ଘରେ ରହି ସବୁ
ଧରିଛନ୍ତି ନିଜ ନିଜ ବିଛଣା
ବରାଦ ରେ ସଭିଙ୍କ ପେଶି ହଉଛି
ରୋଷେଇ ଘର ମୋ ଠିକଣା ।