STORYMIRROR

ସୁଭଦ୍ରା ସିଂହ

Drama Romance Tragedy

4  

ସୁଭଦ୍ରା ସିଂହ

Drama Romance Tragedy

ତୁମ ପାଇଁ

ତୁମ ପାଇଁ

1 min
225

ପ୍ରେମ କ'ଣ ମୁଁ ଜାଣିନଥିଲି, 

ତୁମ ହୃଦୟ ରାଇଜରେ ରାଣୀ କରାଇଲ, 

ବାସ୍ନା କ'ଣ କେବେ ଅନୁଭବ କରିନଥିଲି, 

ତୁମେ ରଜନୀଗନ୍ଧାର ବାଟିକା ଟିଏ ଉପହାର ଦେଲ ,

ସୁନ୍ଦର କ'ଣ ଦେଖିନଥିଲି? 

ତୁମେ ଦର୍ପଣର ଚଟାଣରେ ଉଆସ ତୋଳିଦେଲ, 

ଆକର୍ଷଣ କ'ଣ ଜ୍ଞାତ ନଥିଲା, 

ତୁମେ ଗୋଲାପର ରଙ୍ଗରେ ମୋତେ ରଙ୍ଗେଇ ଦେଲ, 

ଶୃଙ୍ଗାର କ'ଣ କେବେ ହୋଇ ନଥିଲି, 

ତୁମେ ସାଧବ ବୋହୂ ପରି ସଜେଇ ଦେଲ, 

ରୋମାଞ୍ଚ କ'ଣ ଭାବି ନଥିଲି, 

ତୁମେ ସବୁଜିମା ଭରା ପ୍ରକୃତିରେ ଇନ୍ଦ୍ରଧନୁର ରୂପ  ହେଲ, 

ଉଲ୍ଲାସ କ'ଣ ମନେ ନଥିଲା, 

ତୁମେ ଅନନ୍ତ ଆକାଶରେ ବିହଗ ସାଜି ମୋତେ ଉଡା ଶିଖାଇଲ, 

ସଂସ୍କାର କ'ଣ ଶିଖି ନଥିଲି, 

ତୁମେ ମମତାକୁ ଅସ୍ତ୍ର କରି ଏ ନିଷ୍ଠୁର ହୃଦୟ କୁ ପୁଣି ସ୍ନେହ କରିବା  ଶିଖାଇ ଦେଲ,

ହଁ ତୁମେ ମୋ ଅଲୋଡା କେଶକୁ 

ସାଉଁଟି ରଖିବାର କୌଶଳ ଦେଲ, 

ସେଥିପାଇଁ ବୋଧେ ତୁମେ ମୋର ବୋଲି 

ମୋ ଠାରୁ ଶୁଣିବାର ଅଧିକାର ଛଡେଇ ନେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama