STORYMIRROR

ସୁଭଦ୍ରା ସିଂହ

Inspirational

3  

ସୁଭଦ୍ରା ସିଂହ

Inspirational

ସୋରିଷ ଫୁଲ

ସୋରିଷ ଫୁଲ

1 min
191

ଧନ୍ୟ ଧନ୍ୟ ତୁ ଲୋ   ଫୁଲ ରୂପେ ଭକ୍ତ

      ସାଜିଅଛୁ କର୍ମ ବଳେ

ପ୍ରତ୍ୟକ୍ଷ ନୋହିଲେ   ପରୋକ୍ଷେ କରିଛୁ

      ସେବା ତାଙ୍କ ଶ୍ରୀଚରଣେ। 


କେଉଁ ଜନମର    କର୍ମଫଳ ରୂପେ 

      ଲଭିଲୁ ତାଙ୍କ ଆଶିଷ 

ପ୍ରାରବ୍ଧ ଥିବାରୁ    ବ୍ରାହ୍ମଣ କର୍ମରେ

      ଆସିଥିଲୁ ପୁଣି ତୁ ତ। 


ନିରୁପାୟ ହୋଇ   ଅନ୍ଧକାର ମଧ୍ୟେ

      ବିଦ୍ୟାପତି ଚିନ୍ତାରତ 

ଭାଗ୍ୟ ଟେକ ତୋର  ମନେ ସେ ପାଞ୍ଚିଲେ

      ନେବାକୁ ତୋର ସାହାଯ୍ୟ। 


ନଟବରଙ୍କୁ ଯେ   ଦର୍ଶନ ନିମନ୍ତେ 

     ବିଶ୍ୱାବସୁଙ୍କର ସର୍ତ୍ତ 

ଇକ୍ଷଣ ବନ୍ଧନ    ସ୍ଥିତପ୍ରଜ୍ଞ ମନ 

   ତେବେ ନେବି ଗିରି ମଧ୍ୟ ।


ସର୍ତ୍ତେ ସହମତି    ବାଢିଲେ ବ୍ରାହ୍ମଣ 

    ଦରଶନ ଅଭିପ୍ରାୟ 

ନୀଳମାଧବ ଙ୍କୁ     ଦେଖିବା ଉତ୍ସାହେ 

    ଭୂଇଁ ନଛୁଅଁଇ ପୟ। 


ଭକତର ମନ    ରଖିବାକୁ ପ୍ରଭୁ 

     ଅନୁମତି ଦେଲେ ବାଢି 

ଅବନ୍ତୀ ରାଜ୍ୟର    ସେନାପତିଙ୍କର 

     ପ୍ରାର୍ଥନା ଗ୍ରହଣ କରି। 


ଭାବର ସହରେ   ବୁଡ଼ି ବିଦ୍ୟାପତି 

     ଚଳିଲେ ସେ ବନ ପଥେ

ହୃଦରେ ଭକତି    କର୍ମେ ରାଜନୀତି 

     ବୁଦ୍ଧି ମନ ଖେଳ ଖେଳେ। 


ପଥ ମଧ୍ୟେ ଯହିଁ    ବୀଜ ସିଞ୍ଚି ଗଲେ

     କର୍ତ୍ତବ୍ୟକୁ ରଖି ଆଗେ 

ମଞ୍ଜି ଥିଲା ସେ ତ    ସୋରିଷ ଗଛର 

     ଫୁଟିଗଲା କାଳ ବେଳେ। 


ଯେଉଁ ଉଦ୍ଦେଶ୍ୟରେ   ବ୍ୟବହାର ତା'ର 

     ହୋଇଥିଲା ବୁଦ୍ଧି ପାଞ୍ଚି 

ଲକ୍ଷ୍ୟର ସାଧନା     ରାଜାଙ୍କ ସପନ

    ପୂର୍ଣ୍ଣ କଲା ସେ କୁସୁମ ଟି। 


ନୀଳଗିରି ଠାରେ     ପ୍ରଭୁ ପ୍ରତିଷ୍ଠିତ 

    ହୋଇଲେ ବିଧାତା ମନେ 

ଧନ୍ୟ ହୋଇଲୁ ଲୋ   ସୋରିଷ ଫୁଲ ତୁ

     ଜଗତ ଗାଥା ତୋ ଭଣେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational