STORYMIRROR

ସୁଭଦ୍ରା ସିଂହ

Drama Romance Tragedy

3  

ସୁଭଦ୍ରା ସିଂହ

Drama Romance Tragedy

କିଏ ବୁଝେ ଏଠି?

କିଏ ବୁଝେ ଏଠି?

2 mins
169

କିଏ ବୁଝେ ଏଠି?

ଏ ଘୃଣ୍ୟ ଭାବନା ରେ ଜଳି ଯାଇଥିବା ହୃଦୟର ଘା'କୁ,

ସତ୍ୱର ଆଘାତରେ ଅସ୍ତବ୍ୟସ୍ତ ହୋଇପଡିଥିବା ପ୍ରେମର ସୌନ୍ଦର୍ଯ୍ୟ କମନୀୟ ବେଶକୁ, 

ଅହଂତ୍ୱ ଭାବର ପ୍ରହାରରେ ଚିତ୍ରିତ ହୋଇ ଉଠୁଥିବା ବହୁ ନକରାତ୍ମକ ସ୍ମୃତିକୁ 

କିଏ ବୁଝେ ଏଠି ? 

କ୍ଷତାକ୍ତ ହୋଇ ପଡିଥିବା ସୁନ୍ଦର କାନ୍ତି ଧାରି ଜାଜୁଲ୍ୟମୟ ସ୍ୱପ୍ନର ସହରକୁ, 

ମରୁ ଥାନ ରୂପ ଧାରଣ କରୁଥିବା ଏକ ଚିର ସବୁଜିମା ଭରା ବିସ୍ତୃତ ଚାରଣ ଜମିର ବ୍ୟଥାକୁ, 

ଏକ ଅତରଙ୍ଗୀ ଗୋଲାପ ବାଟିକାରେ ଅନୁରକ୍ତିର ମରୁଡି ସମ ପରିସ୍ଥିତି କୁ, 

କିଏ ବୁଝେ ଏଠି ? 

ଶାନ୍ତ କାନ୍ତି ଆଢୁଆଳେ ଲୁକ୍କାୟିତ କ୍ଳାନ୍ତ ଅବସନ୍ନ ହୋଇ ପଡିଥିବା ମନର ଭାବକୁ, 

ଜନ ବହୁଳ ଭୁବନେ ଜାରଜ ପଦବାଚ୍ୟ ହୋଇପଡିଥିବା ନିର୍ଦ୍ଦୋଷ ଜୀବନକୁ, 

ଉଦରର ଜ୍ୱାଳାରେ ଭୂଇଁକୁ ଅଣ୍ଡାଳି ପକାଇ ନେତ୍ରତ୍ସବା ଚକ୍ଷୁରେ ଆହାରର ଅଭାବକୁ, 

କିଏ ବୁଝେ ଏଠି? 

ଗ୍ରୀଷମ ଝାଞ୍ଜିର ପ୍ରକୋପରେ ଶ୍ୟାମଳା ତରୁରାଜି ଙ୍କର ନିରବ ଚିତ୍କାର କୁ, 

ଏକାନ୍ତ ବି କହିଉଠୁଥିବା ଅତୀତ ଘଟଣା ଗୁଡିକର ମର୍ମଦୁନ୍ତ ଅତ୍ୟାଚାର କୁ, 

ପ୍ରଭାର ଅଶ୍ରୁ ଢଳ ଢଳ ନୟନ ଓ ଦିବା ଅବସାନେ ମଧ୍ୟ ଅଟହାସ କରି କୁହେ ସବୁ ଭୁଲ୍ ର କାରଣ କୁ, 

କିଏ ବୁଝେ ଏଠି? 

ନିସ୍ୱାର୍ଥ ଚେତନା ର ମୂଲ୍ୟ, ମହତ୍ତ୍ୱ, ବାର୍ତ୍ତା, କାର୍ଯ୍ୟ ଓ ପ୍ରକୃତି କୁ 

ଏଠି ସଭିଙ୍କ ମନରେ ଏକ ଚେତନା "ମୁଁ ଅନନ୍ୟ, ମୁଁ ଅତୁଳନୀୟ, ମୁଁ ସର୍ବଶ୍ରେଷ୍ଠ, ମୁଁ ସର୍ବଜ୍ଞ, ମୁଁ  ସଦା ସତ୍ୟ, ମୁଁ ସଦା ଉଚିତ "

ବାସ୍! ଦୂରେ ରୁହ ଏହି ପ୍ରକୃତି ସବୁ ମୋଠାରୁ ଏହାହିଁ ମୋର କାମ୍ୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama