STORYMIRROR

Debabrata Mishra

Abstract Drama Action

4  

Debabrata Mishra

Abstract Drama Action

ମୁଁ ମୋର ମୃତ୍ୟୁର କାରଣ

ମୁଁ ମୋର ମୃତ୍ୟୁର କାରଣ

1 min
320


"ମୁଁ" ଭିତରେ ରହିଛି ସମୁଦ୍ରେ 

ଅହଂ, ବିଦ୍ୱେଷ, ମିଛ, ଲୋଭର ତତ୍ତ୍ୱ

ଏହି "ମୁଁ" ହିଁ ଭାଙ୍ଗିଦିଏ ଘର

ଧୂଳିସାତ କରିଦିଏ ଛୋଟ ସ୍ୱପ୍ନ

ଆଉ କିଛି ସ୍ୱାଭାବିକ କୁନୀକୁନୀ ଆଶା, 

ଗାଁ ମାରିଦେଇ ଗଢେ କୁତ୍ରିମ ସହର, 


"ମୁଁ" ଭିତରେ ଘାଣ୍ଟି ହେଉଛି ଦେଶ

ଛଟପଟ ହେଉଛି ସମାଜର ପ୍ରାଣ

ରାଜନୀତି, ଅର୍ଥନୀତି ସବୁ ଛାରଖାର, 

ଏହି "ମୁଁ" ହିଁ ଇଟାର କାନ୍ଥକୁ ଭଲପାଇ

ମନ, ଭାବନାର ମନ୍ଦିର ଭାଙ୍ଗୁଛି

ବୀପରିତ ଗତିରେ ଏବେ ସାରା ସଂସାର, 


"ମୁଁ" ଭିତରେ ରହିଛି କ୍ଷମତାର ଲୋଭ

ଅର୍ଥଲାଳସାରେ ଦିଶେ ବିବେକ ସ୍ଥାଣୁତା

ଏହି "ମୁଁ" ର ବିଷ ସାରା ବଜାରକୁ ଗିଳେ

ଧର୍ମରେ ପ୍ରବେଶ କରି ଚିତ୍କାର କରେ

ସର୍ବଶକ୍ତିମାନ ର ମାୟାରେ ପଡ଼େ

ମନ ମଇଳା ହୋଇ ସଫା ଦିଶେ ଶରୀର, 


"ମୁଁ" ର ମୋହରେ ଜଙ୍ଗଲ କାନ୍ଦେ

ପାପକୁ କୋଳେଇ ନେଉଥିବା ମଣିଷ

ବିଚାର ମଞ୍ଚ ଗୁଡ଼ିକରେ ଭାଷଣରେ ନିନ୍ଦେ, 

ଏହି "ମୁଁ" ହିଁ ନଷ୍ଟ କରୁଛି ଆଦର୍ଶ

ନୀତି, ନିୟମ, ଶାନ୍ତି ଓ ବିଶୁଙ୍ଖଳା, 

କୁବୁଦ୍ଧିର ଉନ୍ନତିରେ ବିବେକ ଯାଉଛି ବୁଡ଼ି

ସତ୍ଯ ହାରିହାରି ଗଡ଼ାଉଛି ଲୁହ

ମିଛ କଲର ଟେକି ଚାଲୁଛି

ସ୍ୱାର୍ଥର ଜଙ୍ଗଲରେ ନିସ୍ୱାର୍ଥୀ ନାହିଁ ଆଦର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract