Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Abstract Drama Inspirational

4  

Santosh Mishra

Abstract Drama Inspirational

ଇତିହାସ

ଇତିହାସ

1 min
250


କ୍ୟାଲେଣ୍ଡର !

ତୁମେ

ଦିନ ବାର ମାସ

ତିଥି କଥା କହି

ବର୍ଷକୁ ଇଙ୍ଗିତ କର,

କାରଣ

ତୁମେ ପରା ଗୋଟିଏ ବର୍ଷର l


ତୁମେ

ଜନ୍ମ ନେଲା ବେଳେ 

ଆନନ୍ଦ ଉଲ୍ଲାସରେ

ସ୍ୱାଗତ କରାଯାଇଥାଏ,

ଅନେକ ଆଶା ଓ ସ୍ବପ୍ନ

ପୂରଣ କରିବାକୁ

ସଂକଳ୍ପ ନିଆଯାଏ l


ହେଲେ,

ତୁମେ ତ

ସମୟର ଏକ ଅଂଶ

ସମୟ,ସେକେଣ୍ଡର ଶ୍ୱାସରେ

ମିନିଟ୍, ପ୍ରହର ପରେ

ଦିନ ରାତି

ସବୁ ବୁଲି ବୁଲି

ତୁମକୁ ଦେଇଥାଏ 

ସତେଜତାର ସନ୍ଦେଶ,

ଆଉ ଯେଉଁ ଅଂଶ

କଡ ଲେଉଟାଏ

ପାଲଟିଯାଏ ଇତିହାସ l


Rate this content
Log in

Similar oriya poem from Abstract