STORYMIRROR

Santosh Mishra

Inspirational

3  

Santosh Mishra

Inspirational

କୁହ ମାତୃଭୂମି

କୁହ ମାତୃଭୂମି

1 min
172

ସତରେ

ସମୟର ଗତି

ଖୁବ ପ୍ରଖର

ଦେଖୁ ଦେଖୁ

ପାଳିବାକୁ ହୁଏ

ସାଧାରଣତନ୍ତ୍ର ଦିବସର

ଚଉସ୍ତରୀ ତମ ଜନ୍ମ ଜୟନ୍ତୀ 

ଇଂରେଜର

ପରାଧୀନତାରୁ ମୁକୁଳି

ରାଜତନ୍ତ୍ର ବନ୍ଧନର

ଶିକୁଳି ଫିଟେଇ

ସ୍ୱାଧୀନ ରାଷ୍ଟ୍ରରେ

ମୁଣ୍ଡ ଟେକି

ଯେଉଁମାନେ କହିଥିଲେ

ଦେଶ ହେଲା ଗଣତନ୍ତ୍ର

ସେମାନେ ଆଉ ନାହାନ୍ତି l


ସେ ଦିନ

ହଟି ଯାଇଥିଲା

ଜାତି ଧର୍ମ ବର୍ଣ୍ଣ 

ଗୋଟିଏ ସ୍ୱରରେ

କହି ପାରୁଥିଲେ

ମଣିଷ ଜାତି

ମାନବ ଧର୍ମ l


ରାଜତନ୍ତ୍ରରେ

ଚାରି ଜାତି

ଶୁଦ୍ର ବୈଶ୍ୟ ବ୍ରାହ୍ମଣ କ୍ଷତ୍ରିୟ 

ମୋ ଜେଜେବାପା ବାପା କହିଥିଲେ

ଯୁଦ୍ଧ ଓ ସଂଘର୍ଷର ବନ୍ୟାରେ

ଭାସି ଯାଇଥିଲେ ବହୁ କ୍ଷତ୍ରିୟ 

ଆଉ

ଯେଉଁମାନେ ରହିଲେ 

ବିନା ବାସ୍ନାରେ କର୍ପୁର କହିଲେ l


ଆଜି

ଗଣତନ୍ତ୍ର ରାଷ୍ଟ୍ରରେ

ସମାଜ ସେବାର

ମୁକୁଟ ପିନ୍ଧି

କ୍ଷତ୍ରିୟର ଅଭିବୃଦ୍ଧି କରି

ବଢ଼ି ଯାଇଛନ୍ତି ନେତା 

ନିର୍ବାଚନର ହୁଙ୍କାରରେ

ଯୁଦ୍ଧଂ କହି

ଜଣେ ଜଣକୁ ପରାସ୍ତ କରି

ପାଲଟିଛନ୍ତି

ରାଜନେତା

ରାଜା ଭଳି ପୂଜା ପାଇ

ଜଣେ ଜଣେ

ଅଞ୍ଚଳର ବିଧାତା l


ବିଦ୍ୱାନ ପୁରୁଷ

ବ୍ରାହ୍ମଣ ଥିଲେ

ସରକାରୀ କର୍ମଚାରୀ

ବ୍ରାହ୍ମଣ ସାଜିଲେ

ଚୌକିକୁ ମୁଣ୍ଡିଆ ମାରିଲେ 

ବିଚାରପତି ପ୍ରାଧ୍ୟାପକ

ଋଷି ମହର୍ଷି ହେଲେ

ତାଙ୍କ ଶିଷ୍ୟ ମାନେ

ଆଇନଜୀବୀ ଡାକ୍ତର

ଶିକ୍ଷକ କହିଲେ l


ପୋଲିସ ଓ ସାମ୍ବାଦିକ

ରାଜନେତାଙ୍କ ଦୂତ ପାଲଟିଲେ 

ଧନୀ ଶ୍ରେଣୀ

ବ୍ୟବସାୟ କଲେ

କ୍ଷତ୍ରୀୟକୁ କର ଦେଲେ 

ଶୁଦ୍ର ପାଲଟିଲେ ଗରିବ

ପେଟପାଇଁ ସହିବାକୁ ହେବ l


କୁହ ମାତୃଭୂମି

କୁହ ଗୋ ଜନନୀ

ମୁଁ

ସାଧାରଣ ବର୍ଗ

ଗରିବ 

କେଉଁ ଶ୍ରେଣୀରେ

ଅନ୍ତର୍ଭୂକ୍ତ କରିବ 

ମୋ ଚିତ୍କାରରେ

ନିଦ ଭାଙ୍ଗି ଗଲା 

ସ୍ୱପ୍ନ ମୋତେ କହିଗଲା 

ଗଣତନ୍ତ୍ର ରାଷ୍ଟ୍ର ଏବେ

ରାଜତନ୍ତ୍ର ନୁହେଁ

ନେତାତନ୍ତ୍ର ହେବାକୁ ବସିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational