Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Abstract Action Inspirational

3  

Santosh Mishra

Abstract Action Inspirational

ବାସି ଫୁଲର ସଜ ମହକ

ବାସି ଫୁଲର ସଜ ମହକ

1 min
201


ଭାବୁଥିଲି

ଫୁଲ

ମଉଳି ଯିବ,

ତା

ହାତରୁ ଶଙ୍ଖା

ଗୋଡ଼ରୁ ପାଉଁଜି

ପଦରୁ ଅଳତା

ମଥାରୁ ସିନ୍ଦୁର

ଆଖିରୁ କଜ୍ଵଳ

ପୋଛି ଦେଲା ପରେ

ମୁଖର କରାଳ ରଡି

ଶୁଣିବା ଲୋକଙ୍କ

ହୃଦୟ ବିଦାରିତ

ହେଉଥିଲା l


ଦେଖୁ ଦେଖୁ

ସମୟର ଚକରେ

ଦିନ ପରେ ଦିନ

ବିତିଯାଇ

ଶରୀରକୁ

କଳା ଓ ଦୁର୍ବଳ

କରିଦେଲା  l


ନିଶ୍ଚିତ ହେଲି

ଫୁଲ ମଉଳି ଯିବ,

ହେଲେ

ଅଜଣା ବ୍ୟକ୍ତିର

ସ୍ପର୍ଶ 

ତାର ଧର୍ଯ୍ୟ

ଅସୀମ ସାହସ

ଏତେ ମଜବୁତ କଲା ଯେ

ହାତରେ ଶଙ୍ଖା

ଗୋଡ଼ରେ ପାଉଁଜି

ପାଦରେ ଅଳତା

ମଥାରେ ସିନ୍ଦୁର

ଆଖିରେ କଜ୍ଵଳ

ଦେଇ

ନବବଧୂ ସଜେଇଲା  l


ବାଃ

କି ଚମତ୍କାର

ମାନିବାକୁ ହେବ

ଦୁଃଖି ପୁଣି

ସୁଖ ବାଣ୍ଟି ବସେ

ସତେ ଯେମିତି

ବାସି ଫୁଲରୁ

ସଜ ମହକ

ବାହାରିଲା  l 



Rate this content
Log in

Similar oriya poem from Abstract