STORYMIRROR

Santosh Mishra

Abstract Classics Inspirational

3  

Santosh Mishra

Abstract Classics Inspirational

ଆସ ଶପଥ ନେବା

ଆସ ଶପଥ ନେବା

1 min
175

ଆସ ଶପଥ ନେବା

ଆସ ଶପଥ ନେବା

ଜାତୀୟ ପତାକା ତଳେ ଠିଆ ହୋଇ

ଆସ ଶପଥ ନେବା

ମାଆକୁ ସଂମାନ ଦେବା

ଆସ ଶପଥ ନେବା ।


ସ୍ୱାଧୀନ ଦେଶର ସନ୍ତାନ ଆମେ

ସ୍ୱାଧୀନ ଆମର ମନ,

ଆମେ ହିଁ ଗଢିବା ସ୍ୱଚ୍ଛ ଭାରତ

ସଦା କରି ସତ କର୍ମ,

ଭାରତ ଭୂମି ଆମରି ମାଆ

ମୋ ଜନ୍ମ ଭୂମି ଆମରି ମାଆ

ମାଆ ମାଟିରୁ ଆହାର ପାଉ

ମାଆକୁ ସୁରକ୍ଷା ଦେବା

ମାଆକୁ ସଂମାନ ଦେବା

ଆସ ଶପଥ ନେବା ।


ଜନମ ଦେଇ ଯେ ଗଢେ ଆମକୁ 

ଥୁଏଇ ଦେଇଛି ପାଦ,

ତା ସ୍ନେହ ମମତା କରିଲା ବଡ଼

ରଖିବା ତାର ମହତ,

ଜନମ ଦାତ୍ରୀ ଆମରି ମାଆ

ଭଉଣୀ ଝିଅ କାଲିକୁ ମାଆ

ସେ ମାଆ କୂଳକୁ ସେନେହ ଦେଇ

ମାଆକୁ ପୂଜା କରିବା

ମାଆକୁ ସଂମାନ ଦେବା

ଆସ ଶପଥ ନେବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract