Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Comedy Drama Others

4.8  

Santosh Mishra

Comedy Drama Others

ନପୁଂସକ

ନପୁଂସକ

1 min
366


ବୋହୁକୁ ଯୋ ରାଜ୍ୟ ଦିଏ ସନମାନ

ଜ୍ୱାଇଁକୁ କେମିତି ନାହିଁ,

ଜ୍ୱାଇଁପୁଅ ପରା ପୁଅ ଠାରୁ ବଳି

ସମସ୍ତେ କହନ୍ତି ଭାଇ,

ନପୁଂସକ ପୁଅ ପାଇଁ,

ରାଜ୍ୟ ପରିବାର ଯାଇଛି ଭୁଶୁଡି

କାହାକୁ କହିବି ଯାଇ  l  (1)


ପିତାଙ୍କ ଶରୀର ହେଲା ଜରାଜୀର୍ଣ

ମାତା କରୁଛନ୍ତି ରୋଦନ,

ପିତାଙ୍କ ତୁଣ୍ଡରୁ କେବେ ବାହାରିନି

ଜନନୀର ଶୁଦ୍ଧ ବଚନ,

ଧନ୍ୟ କୁଳାଙ୍ଗାର ସନ୍ତାନ,

ଜଳ ଜଳ କରି ଦେଖେ ଏହି ଆଖି

ବିଦେଶୀ ହାତରେ ଶାସନ  l (2)


ଜ୍ୱାଇଁ ବିଦେଶୀକୁ ବୋହୁ ବିଦେଶୀନି

ନିତି କରୁଛନ୍ତି ଝଗଡା,

ଝିଅ ଚାଲୁ ଅଛି ଜ୍ୱାଇଁ ଇଙ୍ଗିତରେ

ପୁଅ ବିଦେଶରେ ପରା,

ସବୁଠୁଁ ମୋ ରାଜ୍ୟ ନିଆରା,

ରାଜ୍ୟର ଜନନୀ ଵୃଦ୍ଧାଶ୍ରମେ ଛନ୍ତି

ମମତା ଶୂନ୍ୟ ଏ ଧରା l  (3)


ହାତୀ ଢାଳେ ପାଣି ସୁନା କଳସରେ

ଜ୍ୱାଇଁଙ୍କ ମଥା ଉପରେ,

ଝିଅ ଜ୍ୱାଇଁ ନାତି ନାତୁଣୀ କହନ୍ତି

ରାଜ୍ୟ ପଟା ଆମ ଠାରେ,

ସନ୍ତାନର ଲୁହ ଝରେ,

ନିଜକୁ ସେ ନିଜେ ନପୁଂସକ କହି

ହୃଦୟର କୋହ ମାରେ l (4)



Rate this content
Log in

Similar oriya poem from Comedy