Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Abstract Comedy Drama

4.5  

Santosh Mishra

Abstract Comedy Drama

କବି କୁଳ

କବି କୁଳ

1 min
12


ପାଣ୍ଡୁ ଅଯୋଜନ କରିଥିଲେ ବନ୍ଧୁ

ପାଣ୍ଡୁ ଭାଷା ସଭା ହୋଇଥିଲା,

ବିଦ୍ୟାଳୟ ଠାରୁ ଆରମ୍ଭ କରିକି

ମହାବିଦ୍ୟାଳୟେ ସଭା ହେଲା l


ପଂଚାୟତ ସହ ବ୍ଲକରେ ବି ହେଲା

ଜିଲ୍ଲା ରାଜ୍ୟ ଏଠି ଦୋହଲିଲା

ବିଶ୍ୱ ଭାଷା ସମ୍ବିଳନୀ ଆୟୋଜନେ

ପାଣ୍ଡୁ ଚାଟୁକାର ଯୋଗ ଥିଲା l


କାନ୍ତ କବିଙ୍କର ରାଜ୍ୟ ପ୍ରୀତି ଗୀତ

ପ୍ରଶଂସା ର ଯୋଗ୍ୟ କଣ୍ଠ ପାଇଁ

କଣ୍ଠ କବି ବୋଲି ଘୋଷିକା କହିଲେ

କି ଦୋଷ ଲାଗିବ କହ ଭାଇ l


କଣ୍ଠ ବଦଳରେ ପାଣ୍ଡୁ କହିଥିଲେ

ତାଳି ପଡିଥାନ୍ତା ଧଡ଼ ଧଡ଼

ଭାଷା ସମ୍ଭିଳନି କବିଙ୍କୁ ଦିଅନ୍ତା

ନୂଆ ଉପାଧିକି ନୂଆ ମୋଡ଼ l


ସଜାଗ କବିଙ୍କୁ ନିମନ୍ତ୍ରଣ ନାହିଁ

ବୋଲି କରୁଛନ୍ତି ଏତେ ଭେଷ

ନିମନ୍ତ୍ରିତ କବି ମୁହଁ ବନ୍ଦ ଥିବ

ଉପର ମୁହଁ କୁ ହସ ହସ l


ଜଗନ୍ନାଥ ଯହିଁ ଛୋଟ ପଡ଼ିଗଲେ

ଲଷ୍ମୀକାନ୍ତ ଫୋଟ ଲାଗିବନି,

ରାଜ୍ୟର ଭଜନ କଣ୍ଠ କବି ଗୀତ

କାନ୍ତକବି ନାମ ଶୁଭିବନି l


ଭାଷା ସମ୍ଭିଳନୀ ଅର୍ଥ ଖାଇଗଲା

ଓଡ଼ିଆଙ୍କ ଭାଷା ଓ ହୋଇଲା,

ଏ ସାରା ବିଶ୍ୱରେ ଇଂରାଜୀ ଅକ୍ଷରେ

ଓ ନୁହେଁ ବନ୍ଧୁ ଶୂନ ହେଲା l


ଭାଷା ପ୍ରତି ଯାର ମମତା ରହିଛି

ତା ହୃଦୟକୁ ଦେବ ଆଘାତ,

ପାଣ୍ଡୁ ରାଇଜରେ କଣ୍ଠ ରୁଦ୍ଧ ହୁଏ

ହେ! କବି କୂଳ ହୁଅ ଜାଗ୍ରତ l


Rate this content
Log in

Similar oriya poem from Abstract