Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Comedy Drama Fantasy

4.4  

Santosh Mishra

Comedy Drama Fantasy

ମନେ ମନେ ହସୁଥିଲି

ମନେ ମନେ ହସୁଥିଲି

1 min
251


ପତ୍ନୀକୁ କହିଲି  ଆଗୋ ପ୍ରିୟତମା

ସମୟଟା ଗଡ଼ିଗଲା,

ଆମ ବିବାହକୁ ତିରିଶି ପୁରିଲା

ବାର୍ଦ୍ଧକ୍ୟ ବି ଛୁଇଁ ଗଲା,

ଅବଶୋଷ ରହିଗଲା,

ଛାତ୍ର ଜୀବନର ପ୍ରଥମ ପ୍ରେମଟା

କପାଳରେ ନ ଜୁଟିଲା l


ଆମ ସେ କାଳରେ ଝିଅଙ୍କ ସହିତ

କଥା ହେଲେ ଲାଗେ ଲାଜ,

ରିଲେସନ ସିପ୍ ଶବ୍ଦ ଶୁଣିନାହୁଁ

ମିଳିନି ପ୍ରେମ ମଉଜ,

ଆଜିର ଯୁଗକୁ ହେଜ,

ପୁଅ ଝିଅଙ୍କର ପ୍ରେମକୁ ଦେଖିଲେ

ବଢ଼ଇ ଇର୍ଷାର ତେଜ l


ତୁମକୁ ଅଠର, ମୁଁ ପରା କୋଡିଏ

ଏ ବୟସ ଯାଉ ଖସି,

ଜିନ୍ସ ପିନ୍ଧି କରି ଆସ ଗୋ ସୁନ୍ଦରୀ

ପାର୍କକୁ ଯିବା ବସି,

ମୋ କଥାରେ ହୋଇ ଖୁସି,

ବାଇକ୍ ରେ ଗଲୁ ଯୌବନକୁ ଖୋଜି

ଆମେ ଦୁହେଁ ମିଳିମିଶି l


ଗାଡି ଚଲେଇବା ବଡ ଦୂର କଥା

ସାଇକଲ ପେଲୁଥିଲେ,

ଝିଅ ସାଙ୍ଗେ ଯେବେ ଯିଏ କଥା ହୁଏ

ଚାଲି ଚାଲି ଯାଉଥିଲେ,

ସେ ସମୟ ଭୁଲିଗଲେ,

କେଟିଏମ୍ ଧରିକି ଝିଅଙ୍କୁ ବସେଇ

ପ୍ରେମକୁ ଆରମ୍ଭ କଲେ l


ପାର୍କକୁ ଗଲୁ ଘାସରେ ବସିଲୁ

ଅନ୍ଧାରୁଆ ଲାଗୁ ଥିଲା,

ପତ୍ନୀର କୋଳରେ ମୁଣ୍ଡ ଥୋଇବାରୁ

ମୋ ଦେହଟା ଗଡ଼ିଗଲା,

ସେ ସ୍କାର୍ପ ଘୋଡେଇ ଦେଲା,

ଏ ବୁଢା ବୟସେ ସେଇଠୁ ଆମର

ପ୍ରେମଟା ଆରମ୍ଭ ହେଲା l


ଆଈ ଲଭ ୟୁ ସେ ମୋତେ କହିଲା

ମୁଁ ବି ତାକୁ ଦେଲି କହି,

ତା କୋଳରେ ଶୋଇ ମୋତେ ମଜା ଲାଗେ

ସିଏ ପାରିଲାନି ରହି,

କହେ କୁତୁକୁତୁ ଲାଗେ,

ସେ ତାର ହସକୁ ସମ୍ଭାଳି ନ ପାରି

ହସି ପକାଇଲା ଆଗେ  l


ଘୋଡାଇଲା ସ୍କାର୍ପ ଟାଣି ଦେଲା କିଏ

ଆମକୁ ଲାଜ ଲାଗିଲା,

ପୋଲିସ ବାବୁଙ୍କ ହାବୁଡେ ପଡ଼ିଲୁ

ଆଧାର କାର୍ଡ ମାଗିଲା,

କହିଲି ସେ ମୋର ପତ୍ନୀ,

ଲଜ୍ୟା ଅପମାନେ ଦୁହେଁ ସଢ଼ିଗଲୁ

ବାଜିଗଲା ଆମ ଗିନି  l


ଆଉ କି ପ୍ରମାଣ ଦେବି ପୋଲିସକୁ

ଏହି କଥା ଭାବୁଥିଲି,

ପୋଲିସ ଭାଇଟା ବାଡ଼ିଏ ମାଇଲା

ଖଟରୁ ମୁଁ ପଡ଼ିଗଲି,

ସ୍ବପ୍ନ ଖାଲି ଦେଖୁଥିଲି,

ସପନଟା ମୋର ଭାରି ମଜା ଥିଲା

ମନେ ମନେ ହସୁଥିଲି  l


Rate this content
Log in

Similar oriya poem from Comedy