Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Abstract Drama Tragedy

4  

Santosh Mishra

Abstract Drama Tragedy

ଗଛ

ଗଛ

1 min
4


ପୁଅକୁ କହିଲି

ଦୁଇ ଦିନ ହେଲା ଛାତକୁ ଗଲେନି

ଗଛରେ ପାଣି ଦେଲେନି,

ଖରା ବଢ଼ି ଗଲା ଗଛ ଶୁଖି ଗଲା

ଆଉ ସିଏ ବଞ୍ଚିବନି,

ମୋର ବେଳ ଆସିଲାଣି,

ବାର୍ଦ୍ଧକ୍ୟ ପଶିଲା କେବେ ଝଡିଯିବି

ଧନ ମୋର ଜାଣିବନି l


ଏମିତିକା କଥା କୁହନାହିଁ ବାପା

କହେ ତାର ଭୁଲା ମନ,

ମାଳି ସାଜି ନିଜେ ଗଢ଼ିଛି ସନ୍ତାନ

ଯତ୍ନ ନେବା ତାର ଧର୍ମ,

ଗଛ ସଙ୍ଗେ ବୃଦ୍ଧ ସମାନ,

ଉପଯୁକ୍ତ ଯତ୍ନ ନ ନେଲେ ତାହାର

ନିଶ୍ଚେ ଉଡ଼ିଯିବ ପ୍ରାଣ l


ଚାଲିଗଲା ପରେ ରୋଦନ କରିବେ

ବୁଝିବନି ତାଙ୍କ ମନ,

ବଞ୍ଚିଥିବା ବେଳେ ଦେଉଥିଲେ ଗାଳି

ମଲେ ଦେବେ ସନମାନ,

ଫୋଟକୁ ଫୁଲ ଚନ୍ଦନ,

ଶ୍ରାଦ୍ଧର ନାମରେ ବ୍ରାହ୍ମଣ ଭୋଜନେ

ଝୁରି କାଟିଥାନ୍ତି ଦିନ l


Rate this content
Log in

Similar oriya poem from Abstract