STORYMIRROR

Narendra Prasad Behera

Abstract

4  

Narendra Prasad Behera

Abstract

ଲୁହ

ଲୁହ

1 min
216


ଲୁହରେ ଲେଖିଛି  ପ୍ରଥମ କବିତା

    କରିବନି ମୋତେ ପର

ଏଜୀବନେ କେହି  ନାହାନ୍ତି ନିଜର

    ତୁମେ ଅଟ ମୋ ଠାକୁର ।୧।


ଆହେ ଦୟାମୟ  ଜଗତ ଠାକୁର

     ସବୁରି ମୂଳରେ ତୁମେ

ନକରିଲେ ଦୟା   ହେବ ସର୍ବନାଶ

     ବଞ୍ଚି ପାରିବିନି ଧାମେ ।୨।


ଆଖି ଲୁହ ମୋର  ଆଖିରେ ମରୁଛି

      ରଖିବାକୁ ନାହିଁ ଜାଗା

କେବେ ତୁ ବୁଝିବୁ   ମୋ ଲୁହର କଥା

      କହ ଆରେ ତୁହି ଜଗା ।୩।


ଆଶା କରିଥିଲି    ପୋଛିଦେବ ବୋଲି

    ଆଖିରୁ ନିଶୃତ ଲୁହ

ଆଉ କାହା ପାଖେ  କରିବି ଗୁହାରୀ

    ଭାବିଚିନ୍ତି ଥରେ କୁହ ।୪।


ଆଖି ମୋର ଆଜି   ବୁଜିତ ଯାଉଛି

     ଲୁହର ପସରା ନେଇ

ଶୂନ୍ୟ ହାତେ ମୁହିଁ   ବାଟ ଚାଲୁଅଛି

     ତୁମରି ଆଶ୍ରିତ ହୋଇ ।୫।


କେତେ ଭଲପାଏ   ତୋତେରେ କାଳିଆ

     ଜାଣିତୁ ପାରିବୁ ନାହିଁ

ପେଟ ମୋର ପୁରି   ଯାଏରେ କାଳିଆ

     ତୋର ଶ୍ରୀ ମୁଖକୁ ଚାହିଁ ।୬।


ଆଜି କାହିଁ ମୋର   ଆଖିରେ ଭରିଲୁ

     ମାୟା ମୋହ ଲୁହ ତୁହି

ଜନମ ଆଗରୁ    କାହିଁ ନ କହିଲୁ

    ପାରିବୁନି ବୋଲି ସହି ।୭।


ଦିନେ ନ ଦେଖିଲେ   ନୟନ ତୋହର

     ମନ ହୁଏ ଛନ ଛନ

କେମିତି ସହୁଛୁ    ଦେଖି ମୋ ଲୁହକୁ

     କହରେ ଚକା ନୟନ ।୮।


ଭଲ ପାଇବାର   ମାନେ କ'ଣ ଏହି

    ଆଖିରେ ଲୁହ ଭରିବା

ଅଗତିର ନାଥ    ଜଗନ୍ନାଥ ନାମ

     କାହିଁକି ମୁଖେ ଧରିବା ।୯।



ତଥାପି କାହିଁକି   ପାଉଛି ଯନ୍ତ୍ରଣା

     କହିଦିଅ ମନ ଖୋଲି

ନକହିଲେ ଖୋଲି   ବଢିଯିବ କୋହ

     ପାରିବିନି ସବୁ ଭୁଲି ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract