STORYMIRROR

Narendra Prasad Behera

Abstract

3  

Narendra Prasad Behera

Abstract

ଅପରିଚିତକୁ ସଜାଗ

ଅପରିଚିତକୁ ସଜାଗ

1 min
127


ଅତି ଆପଣାର  ହୋଇବାନି କେବେ

     ପାଇବା ଅନେକ ଦୁଃଖ

ଅଜ୍ଞାତରେ ଯଦି  ହୋଇଯାଏ ଭୁଲ୍

    ଛଡାଇନେବେ ସେ ସୁଖ ।୧।


ଏମିତି ସମୟ    ଆସିଥିଲା ଦିନେ

     ସୁଖ ଦୁଃଖ ହେବା ପାଇଁ

ଅଦିନ ବରଷା    ଭାଙ୍ଗି ଦେଇଗଲା

     ମନ ମୋର ଭଲ ନାହିଁ ।୨।


ନିଜର ଭାବିକି   କଥାପଦେ ହେଲେ

    ନ ଭାବନ୍ତି ସେତ ଭଲ

ସାମାନ୍ୟ କଥାରେ  ଆଘାତ ଦେବେ ସେ

    ସରିଯିବ ତୁମ ଗେଲ ।୩।


ବୁଝିବେନି କେବେ   କଥାର ମର୍ମକୁ

     କମେଣ୍ଟ କରିବେ ବସି

ସାରା ଜୀବନକୁ   ଦେଇଯିବେ କଷ୍ଟ

     ଚାଲୁଥିବେ ହସି ହସି ।୪।


ନିଜ ରକ୍ତ ଆଜି   ହେଉଅଛି ପର

     ଆଖିରୁ ବୁହଇ ନୀର

ପରକି ହୋଇବ   ଆପଣାର ପୁଣି

    ସତ୍ଯ ଏବଚନ ମୋର ।୫।


ଦେଇଗଲା କଷ୍ଟ   ହୋଇନି ମୁଁ ନଷ୍ଟ

    ଦେଖୁଛି ସାରା ଦୁନିଆ

ଧୈର୍ଯ୍ୟ ଧରି ଅଛି  ସଂସାର ମଧ୍ୟରେ

    ନହେବି କେବେ ଛାନିଆ ।୬।


ଆତ୍ମଶ୍ଳାଘା ତୁମ   ଆତ୍ମଭୁ ହୋଇବ

     ଜାଣିବ ସାରା ଜଗତ

ବଡିମା ତୁମର   ମାଟିରେ ମିଶିବ

    ହୋଇବ ଅପରିଚିତ ।୭।


କବିର ଭାବନା   କବିତା ଲେଖିବା

     ଦିଏନି କାହାକୁ ବାଧା

ସ୍ବପ୍ନ ଦେଖିଥିଲି   ଖୁସି ବାଣ୍ଟିବାକୁ

     ରହିଗଲା ମୋର ଅଧା ।୮।


ଶତ ଚେଷ୍ଟା କରି  ଭାବିଥରେ ଦେଖ

     ଅଟେ ଆମେ ଅଭ୍ରଭେଦୀ

ଦୁନିଆ ଦାଣ୍ଡରେ   ହଜିବାନି କେବେ

    ପାରିବେନି କେହି ଖେଦି ।୯।


ଦୁଃଖୀର ଜୀବନ  ଜାଣିଛି ଆରଣି

      ପିଇନାହିଁ ଆରନାଳ

ସାହସ ଅଛି ତ   ସାମନାକୁ ଆସ

    କରିବାକୁ ଗଣ୍ଡଗୋଳ ।୧୦।


ଆଜି ଏ ସମାଜ    କଳୁଷିତ ହୁଏ

    କେବଳ ଏଇଥି ପାଇଁ  

ପର ଆପଣାର   ଭେଦଭାବ ଛାଡ

   ସୁଖଶାନ୍ତି ଅଛି ଚାହିଁ ।୧୧।


ସେଥିପାଇଁ ଆମେ  ସଜାଗ ହୋଇବା

     ଅପରିଚିତକୁ ଦେଖି

ବିଶ୍ଵାସରେ ବିଷ  ଭରି ଦେବେ ସେତ

   କେହି ନ ପାରିବେ ରଖି ।।୧୨।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract