STORYMIRROR

Narendra Prasad Behera

Abstract

4  

Narendra Prasad Behera

Abstract

ସଂସାର ନିୟମ

ସଂସାର ନିୟମ

1 min
412


ମହା ପୂଣ୍ୟବଳେ  ମନୁଷ୍ୟ ଜନମ

    ସଂସାର ମଧ୍ୟେ ଲଭିଛି

ସଂସାର ନିୟମ  ମାନି ଚଳିବାକୁ

  ପ୍ରତିଜ୍ଞା ମନେ କରିଛି । ୧।


ନୀତି ନିୟମରେ  ବନ୍ଧା ଏ ଜୀବନ

     ସଂସ୍କୃତି ଓ ପରମ୍ପରା

ଧର୍ମ ଅରଜିବା   ପାଇଁ ଏ ଜୀବନେ

   ବୁଲିଯିବା ଦେଶସାରା ।୨।


ଧାର୍ମିକ ପୀଠରେ  ପଦାର୍ପଣ କରି

     ନିଜକୁ କରିବା ଧନ୍ୟ

ଦେବ ଦର୍ଶନରେ  ଦେଇ ମନପ୍ରାଣ 

     ଅରଜିବା ମହାପୂଣ୍ଯ ।୩।


ଜାତି ଧର୍ମ ବର୍ଣ୍ଣ   ନିର୍ବିଶେଷେ ଆମ୍ଭେ

    ଭେଦଭାବ ଭୁଲି ଯିବା

ପର ଆପଣାର   ନରଖି ମନରେ

  ସର୍ବେ ସମାନ ହୋଇବା ।୪।


ଶୂନ୍ୟ ହାତେ ଆମ୍ଭେ   ଆସିଛନ୍ତି ଧାମେ

      ଶୂନ୍ୟ ହାତେ ଚାଲିଯିବା

ସାଥେ ଯିବ ଏକା    କରିଥିବା କର୍ମ

     ଯାହା ଅରଜିଣ ଥିବା ।୫।


ପିତୃମାତୃ ପୁଣି   ଗୁରୁ ଗରୁଜନ 

    କରିବା ସଭିଙ୍କୁ ଭକ୍ତି

ଛୋଟବଡ଼ ଭାବି   କାହାରି ମନକୁ

     କରିବା ନାହିଁ ବିଭକ୍ତି ।୬।


 ଅର୍ଥ ଓ ସମ୍ମାନେ  ବଳିୟାନ ହୋଇ

    ନିଜକୁ ଭାବେ ମହାନ

ଅଳ୍ପଦିନ ମଧ୍ୟେ   ଚୂନା ହୁଏ ଗର୍ବ

    ସଂସାରେ ହୁଅଇ ହୀନ ।୭।


ଅର୍ଥ ଅଭାବରେ   ସମ୍ମାନ ହାନୀ

    ସମାଜରେ ହୋଇଥାଇ 

ନିଜେ ଲୋକ ଯେବେ  ଆଲୋଚନା କରେ

    ବାହାର ଜିଲ୍ଲାରେ ଯାଇ ।୮।


ଉପକାର ଯଦି   କରିନ କାହାରି

    ଅପକାର କରନାହିଁ

କଲେ ଧର୍ମ ଦ୍ବାରେ  ପାଇବନି କ୍ଷମା

   ବିହି ଲେଖିଅଛି ଯହିଁ ।୯।


ବିଭିନ୍ନ ପ୍ରକୃତି   ନେଇ ଏ ସମାଜେ

    ସୃଷ୍ଟି ଏ ଜୀବ ଜଗତ

ସଭିଙ୍କୁ ଆଦର   ସମ୍ମାନ ଦେବାରେ

    ହେବା ନାହିଁ ବିଚଳିତ ।୧୦।


ସଂସାର ନିୟମ   ହେଲାଣି ଜଟିଳ

    ଘୋଟିଲାଣି ମହାପାପ

ଶତ୍ରୁ ସାଜିଲେଣି   ଆଜି ନିଜ ଲୋକ

    ମନ ହେଉଛି ସନ୍ତାପ ।୧୧।


ଧର୍ମ ଏକା ସିନା   ମହତପଣିଆ

    ସମସ୍ତେ ଏହାକୁ ହେଜ

ଆଉ ସବୁ ବାକି   ଅଢେଇ ଦିନିଆ

   ସଂସାର ନିୟମ ଆଜ ।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract