STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ପ୍ରେମ ଏକ ତ୍ୟାଗ, ତପସ୍ୟା

ପ୍ରେମ ଏକ ତ୍ୟାଗ, ତପସ୍ୟା

2 mins
11


ସାତ ତାରିଖରୁ ବିଶ୍ୱରେ ଦେଖ, ପ୍ରେମ ସପ୍ତାହ 

ପାଳନ ଚାଲିଛି,

ଶାଶ୍ବତ ପ୍ରେମ, ପ୍ରୀତି ସପ୍ତାହରେ କେବେ କି କିଏ 

ବାନ୍ଧି ପାରିଛି ,।


ପାଳୁଅଛେ ଆମେ ଏଇ ସମାଜରେ ରୋଜ ଡେ, 

ପ୍ରପୋଜ ଡେ, 

ପୁଣି ଚୋକଲେଟ ଡେ, ଟେଡି ଡେ, ପ୍ରୋମିଶ ଡେ 

ଓ ହଗ ଡେ ।


ଉଛୁଳା ଯୌବନ ରୂପର ଢେଉ ଯେଉଁ ପ୍ରୀତିର 

ପୀୟୂଷ ତୋଳେ 

ମୋହିନୀ ଭାବର ପରମାୟୁ ନୂହେଁ ସବୁଦିନ 

ପାଇଁ ଭବ ତଳେ ।


ମଧୁଶାଳା ପୁରେ ଶଯ୍ୟା ମଧୁବାସରେ ଦୈହିକ

 ପ୍ରଣୟ ଶୃଙ୍ଗାର

ଦୈହିକ ଲାଳସା ମେଣ୍ଟାଇବାର ଲକ୍ଷଣ, ଲୋଭ

 ଅହଂ ଭାବର ।


ଭଲ ପାଇବାଟା ଦୌହିକ ମିଳନ ନୁହଁଇ ଏହା 

ତ ଏକ ତପସ୍ୟା 

ଚକୋଲେଟ୍, କାର୍ଟୁନ୍ ଗୋଲାପ ବାନ୍ଧେ କି 

ଚିରନ୍ତନ ପ୍ରେମ ଭାଷା ।


ଦେଖିଛେ, କେତେ ଶାଶ୍ବତ, ଦ୍ୱାପର ଯୁଗରେ 

ପ୍ରେମ ରାଧା କୃଷ୍ଣଙ୍କର 

ନ ଥିଲା ପ୍ରେମରେ ଆଶା, ଫାଇଦା ହାସଲର 

ଅବା ଠକିବାର ।


କିଛି ଆମେ ମଧ୍ୟ କହୁଅଛେ ଭାଲେଣ୍ଟାଇନ 

ଡେ କୁ ପାଳନରେ

ଶାଶ୍ୱତ ପ୍ରେମଟା କୁଆଡେ ମଜା ବନି ଯାଉ

ଅଛି ସାରା ବିଶ୍ୱରେ ।


ଏହାର ସୂଯୋଗ ଉଠାଉଛନ୍ତୁ ବିଶ୍ୱର ସମସ୍ତ 

ବ୍ୟବସାୟୀଗଣ

କେବଳ ହେଉଛନ୍ତି ଲାଭବାନ ବିକି ସେମାନ 

ତାଙ୍କ ଜିନିଷମାନ ।

 

କିଛି କହୁଅଛେ ଆମେ, ଆଜିର ପ୍ରେମିକ ଓ 

ପ୍ରେମିକାଙ୍କ ମଧ୍ୟରେ

ବର୍ତ୍ତମାନ କେବଳ ନିଜ ସମୟ କାଟିବା ହେଉଛି 

ମହା ଆନନ୍ଦରେ ।


ମହାନ୍ ତ୍ୟାଗ ଓ ତପସ୍ୟାର ପ୍ରେମ ଶବ୍ଦଟା 

ଶସ୍ତା ହୋଇଅଛି ଆମର 

ତାହା ଘଟିଅଛି, ଅନୁକରଣରେ ପ୍ରେମ ଦିବସ

କୁ ପାଶ୍ଚାତ୍ୟ ଜଗତର ।


କିଛି ଆମେ କହୁଅଛେ ପ୍ରେମ ଦିବସ ପ୍ରଥାଟି 

ପରା ପାଶ୍ଚାତ୍ୟ ଦେଶର

ପାଳିବା ଆସ "ଗୋଲାପ ଦିବସ" ଯାହା ହେଉ

ଅଛି ଆମ ଦେଶର ।


ବିଦେଶୀ ଚକୋଲେଟ୍ ଦିବସ ଆମ ପାଇଁ ତ 

ନାହିଁ ପ୍ରୟୋଜନ

ପିତା ମାତା ବିବାହ ପ୍ରସ୍ତାବ ନିଅନ୍ତୁ ତାହା ହେଉ 

"ପ୍ରସ୍ତାବ ଦିନ" ।

 

ମଜ୍ଜିଲେ ମିଠା ପ୍ରୀତିର ରସେ ହୁଏ ନାହିଁ କେବେ 

ପ୍ରେମ ସମ୍ମୋହନ

ସହେତୁ ଚକୋଲେଟ୍ ଦିବସ ପାଳନ, ଆମ ପାଇଁ 

ନାହିଁ ପ୍ରୟୋଜନ ।


ପ୍ରତିଜ୍ଞା ଦିବସେ ଶପଥ ନେବା ପ୍ରେମିକ ପ୍ରେମିକା 

ଛଡ଼ାଛଡ଼ି ହେବା ନାହିଁ

"ଆଲିଙ୍ଗନ ଦିନେ" ବାହୁ ବନ୍ଧନରେ ଆମ ହୃଦୟଟି 

ମଳିନ ହେବ ନାହିଁ ।

     

"ଚୁମ୍ବନ ଦିବସେ" ସଖା ସଖୀର ମଥାରେ ଚୁମାଟିଏ 

ଦେଇ ଦେଲେ

"ପ୍ରେମ ଦିବସ" ର ଦିବ୍ୟ ଉପହାରରେ, ପ୍ରୀତି 

ମାଧୁରିମା ଭରେ |


ଆବାହନ କାଳରୁ ପ୍ରେମ ସମ୍ପର୍କ ରହିଅଛି ଜନମ 

ଠାରୁ ମରଣ

ଯେମିତି ଚାତକ ଖୋଜଇ ବରଷା ଧାରାକୁ ମେଘ 

ଖୋଜଇ ଶ୍ରାବଣ |


ପ୍ରେମ ଶାଶ୍ବତ ଚିରନ୍ତନ, ନିଷ୍କଳଙ୍କ ପ୍ରେମ ସଦା 

ତ ପବିତ୍ର ଅଟଇ

ପ୍ରତିଜ୍ଞା ଦିବସେ ପ୍ରତିଜ୍ଞା କରିଲେ ସତେ କି ପ୍ରୀତି 

ପରଷି ଥାଇ |


ପ୍ରେମ ଏମିତି ପବିତ୍ର, ନାହିଁ ତାର ସୀମା ସରହଦ 

ସେଥିରେ

ମନର ମଣିଷ ଖୋଜେ ମଣିଷକୁ, ସେ ଥିଲେ ବି 

ଯେତେ ଦୁରେ |


ବିପଦରେ ସାହା ହେବା ପାଇଁ କଥାଟିଏ ଦେଇ 

ଥାଏ ଯିଏ

ଏହା ଠାରୁ ଆଉ ବଡ଼ ପ୍ରତିଜ୍ଞା ସଂସାରରେ ହବ 

ଆଉ କିଏ |

 

ଇଚ୍ଛା ହୁଏ କୂଳ ଲଙ୍ଘି ବାହୁ ବନ୍ଧନରେ ବାନ୍ଧିବାକୁ 

ମନର ମାନସୀକୁ

ନାହିଁ ତୁଳନା, ବାନ୍ଧି ହୁଏନା ଦିବସର ସମାହାରେ 

ଅନ୍ତର ଆତ୍ମାକୁ |



Rate this content
Log in

Similar oriya poem from Abstract