STORYMIRROR

Prasanna Rana

Abstract

4  

Prasanna Rana

Abstract

ପେଟନ୍‌ ଲକ୍‌ (Pattern Lock)

ପେଟନ୍‌ ଲକ୍‌ (Pattern Lock)

2 mins
224

"ତ୍ରାହି ଲଏଖନ,‌ ତ୍ରାହି ଲଏଖନ‌" ଡାକ୍‌ ଶୁନି ସତୀ ସୀତା,

ଛାତି ହେଲା ତାଁକର୍‌ ଧକର୍‌ ଧକର୍‌ ବୁଡ଼ିଯିବା କାଏଁ ଚେତା !

ଧନୁଶର୍‌ ଧରି ଗଲେ ମୁର୍‌ଗ ମାରି ରଘୁମଣି ବୀର୍‌ ରାମ୍‌,

ସିଆନିର୍‌ ବୁଲେଁ ପଡ଼ି ଅର୍‌କଲେଁ ବିଧି ହେଲା କାଏଁ ବାମ୍‌ !

ଲଖନ୍‌କେ ଡାକି କହେଲେ ଜାନ୍‌କୀ,"ଶୁନ ଆଗୋ ସଉମିତ୍ରୀ,

ପଞ୍ଚବଟୀ ବନେ ପଡ଼ିଛନ୍‌ ଅଲ୍‌ହନେଁ ତୁମର୍‌ ଦଦା ବାଗିର୍‌ କ୍ଷେତ୍ରୀ।

ଅର୍‌କଲେଁ ପଡ଼ି ଛାଡ଼ୁଛନ୍‌ ରଡ଼ି "ତ୍ରାହି ଲଏଖନ୍‌ ଭାଏ,"

ଉଠ ଝଟ୍‌କଲା ଦେଖ କାଣାହେଲା ପଞ୍ଚବଟୀ ଝାରେଁ ଘାଏ।"

ଶୁନି ସଉମିତ୍ରୀ ହେବେ କେନ୍‌ ମିତ୍ରି କିଛି ନେଇଁ ପାର୍‌ଲେ ଜାନି,

ବସିଛନ୍‌ ଧୁରିଆ ଜୁଗିଛନ୍‌ କୁରିଆ ଦଦାର୍‌ କଥାକେ ମାନି।

କାନେ କାନେ କହି ଦେଇଛନ୍‌ ବୁଝେଇ,"ଆରେ ବାବୁ ଲଏଖନ !

ଯିମି ମୁର୍‌ଗ ମାରି ଧନୁଶର୍‌ ଧରି ଜୁଗିଥିବୁ ବସି ଇନ।"

ବହୁର୍‌ କଥା ଶୁନି ହେଲେ ଘାଟିସାନି ଲଏଖନ ଭାଲେ ମଲିଁ,

ବହୁର୍‌ କଥା ମାନି ଗଲେଁ ଇହାଛିନି ଭାତୃଦ୍ରୋହୀ ନିଶ୍ଚେ ହେଲିଁ।

ଦୁହି ହାତ୍‌ ଯୁଡ଼ି ପାଦ୍‌ ତଲେଁ ପଡ଼ି କହେଲେ,"ଗୋ ସତୀ ସୀତା !

ମୋର୍‌ ଦଦାର୍‌ କଥା ନେଇଁ କର ଚିନ୍ତା ଦଦା ମୋର୍‌ ଜଗତ୍‌ଜିତା।

କାହାର୍‌ ଡାକ୍‌ ଶୁନି ହେଉଛ ହୁର୍ଗୁନି ଦଦାକେଁ କାହାର୍‌ନୁଁ କମ୍‌,

ପର୍ହର୍‌ ଡକାହକା ଶୁନି ଅକାବକା ନେଇଁ ହେଇ ଧର ଦମ୍‌।

ଏଡ଼େ ନିଝା ଝାରେଁ କୁରିଆ ଭିତିରେଁ ରହିଥ ଅସଁଖା ହେଇ,

ତାକି ତର୍କି କରି ଧନୁଶର୍‌ ଧରି ଜୁଗିଛେଁ ପହରା ଦେଇ।"

ମୁହୁଁକେ ଫୁଲେଇ ହାତ୍‌କେ ହଲେଇ କହେଲେ ଜନକର୍‌ ଝି',

"କୁର୍ହା କପ୍‌ଟିଆ ଅଉ ଦଗାଦିଆ ଛି ରେ ଲଏଖନ୍‌ ଛି !

ପଡ଼ି ଅର୍‌କଲେଁ ଜୀବନର୍‌ ଆକୁଲେଁ ଡାକୁଅଛନ୍‌ ରଘୁମଣି,

କାନେ ଖୁଟି ପିଟି କରୁଛ ଭୁର୍କୁଟି ସଥେଁ ଯେନ୍‌ତା ନେଇଁ ଶୁନି।

ଭାବିଛ କେଁ କାଲେଁ ରାମ୍‌ ମରିଗଲେଁ ମତେ କର୍‌ବ ଲାଖ୍‌ଚୁରି,

ରାମ୍‌ ବିନେ ସୀତା ଅଉର୍‌ କେଁ ଜୀଇଁତା ଇନ ଦେବା ପରାନ୍‌ ହାରି।"

ସୀତାର୍‌ କଥା ଶୁନି ଉଠି କାନିକାନି କହେଲେ ସୁମିତ୍ରାର୍‌ ବେଟା,

"କହେଲ ଯେନ୍‌ କଥା ଶୁନି ଘୁରେ ମଥା କଥା ତୁମର୍‌ କଲ୍‌ଜା କଟା।

ଯିମି ଦଦା ନିକେ ଦମ୍‌ ଧର ଟିକେ କୁରିଆକେ ଦେମି କିଲି,

ଥିବ କଲେଁ କଲେଁ ଯେତେ ଯାହାହେଲେଁ ଘରେଁ ଥିବ ମଇଥିଲୀ।"

ଶରର୍‌ ଟିପି ଧାରେଁ କୁରିଆ ବାହାରେଁ ଘିଚିନେଲେ ତିନ୍‌ଟା ଗାର୍‌,

ଗାର୍‌ ନୁହେ ହେଟା ପେଟନ୍‌ ଲକ୍‌ ଇଟା ଲଏଖନର୍‌ ଆବିଷ୍କାର୍‌।

ହେଇଥଲେଁ ଲକ୍‌ ବାହାରିଆ ଲୋକ୍‌ ନେଇଁପାରେ ଘର୍‌କେ ଢୁକି,

ପେଟନ୍‌ ଜାନିଥିଲେଁ ଘରର୍‌ ଲୋକ୍‌ ଘଲେ ଯାଇ ଆସି ପାର୍‌ବା ବାକି।

ପେଟନ୍‌ ଲକ୍‌ଟା ପେଟେଣ୍ଟ୍ ହେଇଛେ ଲକ୍‌ଫଣର୍‌ ନାଁ'ଥିଁ ହେଟା,

ଲକ୍‌ଫଣର୍‌ ନାଆଁର୍‌ ଦୁଇଟା ଅକ୍ଷର୍‌ ଲକ୍‌(lock)ଆଏ ଗୁଟା ଗୁଟା।

                              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract