STORYMIRROR

Kalpana Satpathy

Abstract Others

4  

Kalpana Satpathy

Abstract Others

ଖାଲି ବେଞ୍ଚ୍

ଖାଲି ବେଞ୍ଚ୍

1 min
11

କ୍ଷଣିକ ଜୀବନ ର ସୁଖ ସମ୍ଭୋଗ,

ମାୟା ମୋହର ଏ ସଂସାର, ବିସ୍ତୃତ

ସଂସାର ସାଗର ଗର୍ଭରେ କାୟା ବିସ୍ତାର

କରିଛି ଲୋଭ, ମୋହ, ଆସକ୍ତି,

ସବୁ ମାୟା ମୋହ ବନ୍ଧନ ଛିନ୍ନ କରି

ଚାଲିଯିବା କୁ ହେବ ଅଫେରା ରାଇଜକୁ

କର୍ମର ହିସାବ କରି, ଖାଲି ଦୃଶ୍ୟମାନ

ହେଉଥିବ ଦୂରଦିଗଳୟ ତଳେ

ଖାଲି ବେଞ୍ଚ୍ ପରି ସବୁ ସନ୍ତକ,

ସବୁ ସେହିପରି ପଡିଥିବ ହେଲେ

ମଣିଷ ନଥିବ ଥିବ ଖାଲି ବେଞ୍ଚ୍ ପରି

ଭଲ ଅବା ମନ୍ଦ ର ବିଚାର,

କିଛି ଆଣିବାର ନାହିଁ କି କିଛି ବି

ନେବାର ବି ନାହିଁ ଅଳିକ ସମୟର

କରିଥିବା କର୍ମର ଆଢ଼ୁଆଳରେ

ନିରବୀ ମନତଳେ ଆଙ୍କି

ହୋଇଥିବ ଚିତ୍ରପଟ ଟିଏ

ଠିକ୍ ଖାଲି ବେଞ୍ଚ୍ ପରି

ସମୟର ପାଖରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract