STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ଶୀତୁଆ ପବନ

ଶୀତୁଆ ପବନ

1 min
301

ମଗୁଶୁର ମାସର ଶେଷ ଆବାହନୀରେ 

ଶୀତୁଆ ପବନର ସୁଲୁସୁଲୁ ବାରେ 

ଜୀବନକୁ ରଙ୍ଗାୟିତ କରିବା ପାଇଁ 

ମା ଆଜି ଦେଇଛି ତାର ପସରା ମେଲାଇ 

କେତେ ଦୁଃଖୀ କେତେ ରଙ୍କୀ 

ଚାହିଁ ରହିଛନ୍ତି ତା ବାଟକୁ ଚାହିଁ 

ମା ଅନ୍ନପୂର୍ଣ୍ଣା ଭରିଦେବେ ତାଙ୍କ 

କୃପାବାରିର ଧାରାରେ ଥାଳ ସବୁ 

ଶୀତୁଆ ପବନକୁ ଖାତିର ନକରି 

ସଭିଏଁ ଆଜି ମା'ର ପ୍ରତିକ୍ଷୀତ ହୋଇ 

କର୍ମର ହିସାବରେ ହିଁ ଜୀବନ ଆରମ୍ଭ 

କରୁଛନ୍ତି ହୁଳହୁଳି ନିନାଦିତ ସ୍ବରରେ,

ଶୀତୁଆ ପବନ ସାଙ୍ଗକୁ କୁହୁଡି ବୋଳା ଲଗନ 

ହୁଳହୁଳିର ସ୍ବନ ଆଜି ହସାଇ ଦେଉଛି 

ଏ ଧରାବକ୍ଷକୁ ମା'ର ସ୍ନେହ ଭିଜା ପରଶରେ 

ମା ଦୂର କରିଦେବେ ସଵୁ ଦୁଃଖ ଆଉ ଯାତନା 

ସୁଖ ଦୁଃଖର ଛାଇଆଲୁଅ ଖେଳରେ ବି 

ମା ଆଜି ଭରିଦେବେ ଆଶାର କିରଣ 

ସଭିଙ୍କ ଆଢ଼ୁଆଳରେ ରହି 

ସମୟର ସ୍ରୋତରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract