ଶୀତୁଆ ପବନ
ଶୀତୁଆ ପବନ
ମଗୁଶୁର ମାସର ଶେଷ ଆବାହନୀରେ
ଶୀତୁଆ ପବନର ସୁଲୁସୁଲୁ ବାରେ
ଜୀବନକୁ ରଙ୍ଗାୟିତ କରିବା ପାଇଁ
ମା ଆଜି ଦେଇଛି ତାର ପସରା ମେଲାଇ
କେତେ ଦୁଃଖୀ କେତେ ରଙ୍କୀ
ଚାହିଁ ରହିଛନ୍ତି ତା ବାଟକୁ ଚାହିଁ
ମା ଅନ୍ନପୂର୍ଣ୍ଣା ଭରିଦେବେ ତାଙ୍କ
କୃପାବାରିର ଧାରାରେ ଥାଳ ସବୁ
ଶୀତୁଆ ପବନକୁ ଖାତିର ନକରି
ସଭିଏଁ ଆଜି ମା'ର ପ୍ରତିକ୍ଷୀତ ହୋଇ
କର୍ମର ହିସାବରେ ହିଁ ଜୀବନ ଆରମ୍ଭ
କରୁଛନ୍ତି ହୁଳହୁଳି ନିନାଦିତ ସ୍ବରରେ,
ଶୀତୁଆ ପବନ ସାଙ୍ଗକୁ କୁହୁଡି ବୋଳା ଲଗନ
ହୁଳହୁଳିର ସ୍ବନ ଆଜି ହସାଇ ଦେଉଛି
ଏ ଧରାବକ୍ଷକୁ ମା'ର ସ୍ନେହ ଭିଜା ପରଶରେ
ମା ଦୂର କରିଦେବେ ସଵୁ ଦୁଃଖ ଆଉ ଯାତନା
ସୁଖ ଦୁଃଖର ଛାଇଆଲୁଅ ଖେଳରେ ବି
ମା ଆଜି ଭରିଦେବେ ଆଶାର କିରଣ
ସଭିଙ୍କ ଆଢ଼ୁଆଳରେ ରହି
ସମୟର ସ୍ରୋତରେ।।
