STORYMIRROR

Kalpana Satpathy

Romance Classics Inspirational

4  

Kalpana Satpathy

Romance Classics Inspirational

ସାଥୀ

ସାଥୀ

1 min
343

ଆମେ ଦୁହେଁ ଦୁଇ ସାଥୀ

ସତେ ଯେପରି ଜନମ ଜନମର

ବିଧାତା ଗଢିଛି ବିଚାରି

ଆମେ ଦୁହେଁ ବୁଲୁଥିବା ସାଥୀ ହୋଇ

ଜୀବନର ଚଲାପଥେ

ଆସୁ ଯେତେ ଝଡଝଞ୍ଜା

ବାଆ କି ବତାସ, ମନରେ ଆମ

ନଥାଉ ଭୟ ଭ୍ରାନ୍ତି ଜୀବନର

ବେଳାଭୂମି ପରେ ରଚୁଥିବା

ସୂନେଲି ସପନ, ସମ୍ପର୍କର

ସୂତାଖିଅ ମଜବୁତ ହୋଇ

ବାନ୍ଧି ରଖିଥିବ ଆମକୁ

ବିଶ୍ଵାସ ଭରସାର ଗଣ୍ଠିଲି ସୂତାରେ

ତୋଫା ଜହ୍ନର କିରଣ ପରି ପବିତ୍ର

ମନରେ, ଅମୃତ ଲଗ୍ନରେ ଆମେ

ଦୁଇସାଥୀ ହୋଇଥିଲେ ସାକ୍ଷାତ

ସାହା ଆମକୁ ସେହି ପରଂବ୍ରହ୍ମ,

ଜୀବନର ଖରା ଛାଇର ଖେଳ

ଭିତରେ ଆମେ ବି ଦିନେ

ହଜିଯିବା ସାଥିହୋଇ

କର୍ତ୍ତବ୍ୟ କର୍ମର ସାଧନା ପଥରେ

ବର୍ଷା ବାଦଲର ଉହାଡରେ

ସଚ୍ଚା ସାଥୀ ହୋଇ ଲେଖିଯିବା

କାହାଣୀ ସଭିଙ୍କ ଆଢ଼ୁଆଳରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance