ସାଥୀ
ସାଥୀ
ଆମେ ଦୁହେଁ ଦୁଇ ସାଥୀ
ସତେ ଯେପରି ଜନମ ଜନମର
ବିଧାତା ଗଢିଛି ବିଚାରି
ଆମେ ଦୁହେଁ ବୁଲୁଥିବା ସାଥୀ ହୋଇ
ଜୀବନର ଚଲାପଥେ
ଆସୁ ଯେତେ ଝଡଝଞ୍ଜା
ବାଆ କି ବତାସ, ମନରେ ଆମ
ନଥାଉ ଭୟ ଭ୍ରାନ୍ତି ଜୀବନର
ବେଳାଭୂମି ପରେ ରଚୁଥିବା
ସୂନେଲି ସପନ, ସମ୍ପର୍କର
ସୂତାଖିଅ ମଜବୁତ ହୋଇ
ବାନ୍ଧି ରଖିଥିବ ଆମକୁ
ବିଶ୍ଵାସ ଭରସାର ଗଣ୍ଠିଲି ସୂତାରେ
ତୋଫା ଜହ୍ନର କିରଣ ପରି ପବିତ୍ର
ମନରେ, ଅମୃତ ଲଗ୍ନରେ ଆମେ
ଦୁଇସାଥୀ ହୋଇଥିଲେ ସାକ୍ଷାତ
ସାହା ଆମକୁ ସେହି ପରଂବ୍ରହ୍ମ,
ଜୀବନର ଖରା ଛାଇର ଖେଳ
ଭିତରେ ଆମେ ବି ଦିନେ
ହଜିଯିବା ସାଥିହୋଇ
କର୍ତ୍ତବ୍ୟ କର୍ମର ସାଧନା ପଥରେ
ବର୍ଷା ବାଦଲର ଉହାଡରେ
ସଚ୍ଚା ସାଥୀ ହୋଇ ଲେଖିଯିବା
କାହାଣୀ ସଭିଙ୍କ ଆଢ଼ୁଆଳରେ।

