STORYMIRROR

Kalpana Satpathy

Abstract Romance Classics

4  

Kalpana Satpathy

Abstract Romance Classics

ସାଥୀ

ସାଥୀ

1 min
408

ଜୀବନ ରାସ୍ତାର ମୂଲକରେ

ଚାଲିବାକୁ ହେଲେ ସାଥୀଟିଏ

ଲୋଡା ହୁଏ, ହୃଦୟ ମନର

ଭାବାବେଗକୁ ବାଣ୍ଟିବାକୁ ପଡ଼ିଥାଏ।


ଦୁଃଖ ସୁଖ ଦୁହେଁ ଦୁଇ ସାଥୀ ପୁଣି

ଜୀବନର ସଂଘର୍ଷରେ ଆସିଥାନ୍ତି

ଦୁଃଖ ବାଣ୍ଟିଦେଲେ ସୁଃଖ ବସା ବାନ୍ଧେ

ଏକଥା ସଭିଏଁ ଜାଣିଛନ୍ତି।


ଜୀବନର ଲକ୍ଷ୍ୟକୁ ଅନ୍ୱେଷଣ ପାଇଁ

ସାଥୀ ସାଥେ ହାତ ମିଶାଇ

ଆଗକୁ ଆଗକୁ ଚାଲିବାକୁ ହୁଏ

ପଥ ବହୁ ଦୂର ଥାଇ।


ସାଥୀ ସାଥେ ପରା ଚାଲୁଥିଲେ ବାଟ

ବାଟ ବଣା ହେବାର ନାହିଁ

କ୍ଷଣ ଭଙ୍ଗୁର ଏ ଜୀବନ ବୁକୁରେ

ଥିରି ଥିରି ଚାଲୁ ଥାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract