STORYMIRROR

Kalpana Satpathy

Abstract Romance Classics

4  

Kalpana Satpathy

Abstract Romance Classics

ପ୍ରେମର ବୟସ ଖୋଜା

ପ୍ରେମର ବୟସ ଖୋଜା

1 min
297

ପ୍ରେମ ଚୀର ଶାସ୍ବତ, ଚିରନ୍ତନ ସତ୍ୟ 

ପ୍ରେମର ବୟସ ଖୋଜା ନଥାଏ

ସଚ୍ଚା ପ୍ରେମ ହିଁ ଜୀବନର ଉତ୍ସ,

ପ୍ରେମ ଚିରାନନ୍ଦମୟ,

ପ୍ରକୃତ ପ୍ରେମର ହିଁ ବିଜୟ ନିଶ୍ଚିତ,

ଜୀବନର ଆରମ୍ଭ ହେଉ ଅବା

ଜୀବନର ଅପରାହ୍ନ,

ପ୍ରେମର ତରଣୀରେ ନିଜକୁ ହଜାଇ ଦେଇ

ସେହି ପରମାତ୍ମାଙ୍କ ପାଦପଦ୍ମରେ

ଲୟ ରଖିଲେ ଅସମ୍ଭବ ବି ସମ୍ଭବ

ହୋଇଯାଏ ଜୀବନର ଚଲାପଥରେ।

ଧନ, ଜୀବନ, ଯୌବନ ନୁହେଁ ଚିରସ୍ଥାୟୀ

ହେଲେ ପ୍ରେମର ପାଲିଙ୍କି ଉପରେ

ଫୁଲର ପସରା ଯେମିତି ମନ ପ୍ରାଣକୁ

ଖୁସିରେ ଭରିଦିଏ ଠିକ୍ ସେହିପରି

ପ୍ରେମର ତରଣୀ ରେ ପ୍ରଭୁ ହିଁ ଅନୁଭବ

ହୋଇଥାନ୍ତି ଖୁସି ର ସ୍ରୋତରେ।

ପ୍ରେମ ଅମୃତମୟ,ଚୀର ମଳୟର ସ୍ପର୍ଶ

ପରି ଆହ୍ଲାଦିତ କରେ ହୃଦୟ କୁ

ପ୍ରେମର ପ୍ରଥମ ପାବଛ ହେଉ ଅବା

ଶେଷ ପାବଛ , ଜୀବନର ମହାସଂଗ୍ରାମ

ମଧ୍ୟରେ ପ୍ରେମ ହିଁ ସତ୍ୟ, ଶିବ,ସୁନ୍ଦର 

ପ୍ରେମ ହିଁ ଅନୁଭବ ଅନୁଭୁତିର ପ୍ରତୀକ

ଜୀବନର ଚଲାପଥର ପରିଧିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract