STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ଅଙ୍କା ବଙ୍କା ଜୀବନ ନଈ

ଅଙ୍କା ବଙ୍କା ଜୀବନ ନଈ

1 min
229


ଏ ଜୀବନ ନୁହେଁ ଏକ କାଚର ଖେଳଣା

ସଙ୍ଗେ ସଙ୍ଗେ ପଡିଗଲେ ଯାଏ ଭାଙ୍ଗି 

ଏ ଜୀବନ ଏକ ନଈର ଉତୁଙ୍ଗ ଲହରୀ 

ଅଙ୍କା ବଙ୍କା ଜୀବନ ନଈ।


ଏ ଜୀବନ ଏକ ନଈର ଧାର 

ଯାଏ ସବୁ କଷଣ ସହି 

କ୍ଷଣିକ ହେଲେ ବି ଚାଲିଥାଏ ଅବିରତ 

ଆଗକୁ ଆଗକୁ ଧାଇଁ।


ଅଙ୍କା ବଙ୍କା ଏଇ ଜୀବନ ବୁକୁରେ 

ଆସେ କେତେ ମାଳ ମାଳ ଲହରୀ 

କହି ଦେଇଯାଏ କିଛି ଶିକ୍ଷାର କଥା 

ରହିଯାଏ କିଛି ସ୍ମୃତି ହୋଇ।


ଅଭୁଲା ମୂହୁର୍ତ୍ତ ଅଭୁଲା ଅତୀତ ପୃଷ୍ଟାରେ 

ଲେଖିଦେଇଯାଏ କେତେ ଯେ ଅଭୁଲା କଥା 

ସୁଖ ଦୁଃଖ ଏଇ ଜୀବନ ନଈରେ 

ନିତି ନିତି ବାଟଭାଙ୍ଗୁଥାଏ ନିଚ୍ଛକ ସତ୍ୟର ବାରତା।


ମାୟା ମୋହ ଘେରା ଏ ଜୀବନ ନଈରେ 

ଆସିଥାଏ କାମନା ବାସନା ଭରା ବନ୍ୟା 

ଭାସିଭାସି ଯାଇ ପହଞ୍ଚିବାକୁ ହୁଏ 

କରିବାକୁ ପଡେ କେତେ କଷ୍ଟର ସାମନା।


କେବେ ଶୁଭେ ଘନ ଶବ୍ଦର ଆୱଆଜ 

କେବେ ଶୁଭେ ଖାଲି ତରଙ୍ଗ ଲହରୀ 

ନଇଁବାକୁ ପଡେ କଷଣର ଭାରେ 

ଲହଡି ପାରେନା ଆଉ ସମ୍ଭାଳି।


ଜୀବନ ନଈର ଶୁଖିଲା ବାଲିରେ 

କେବେ ଆସେ ସ୍ବପ୍ନର ନଅରଟିଏ 

ତୋଳିବାକୁ ପଡେ ସମୟର ସ୍ରୋତରେ 

ଝୁଣ୍ଟିପଡି ସେହି ଅଙ୍କା ବଙ୍କା ପଥରେ।


ହସ କାନ୍ଦ ଭରା ଜୀବନ ନଈରେ 

ପହଁରୀ ପହଁରୀ ବଞ୍ଚିବାକୁ ନିତି ହୁଏ 

ଜୀବନ ଆରମ୍ଭ ଏନ୍ତୁଡି ଶାଳରୁ 

ଜୀବନର ଶେଷ ହୁଏ ମଶାଣି ଭୂଇଁରେ 

ଅଙ୍କା ବଙ୍କା ଜୀବନ ନଈର ଧାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract