STORYMIRROR

Kalpana Satpathy

Abstract Classics Inspirational

3  

Kalpana Satpathy

Abstract Classics Inspirational

ପୁରୁଣା ଦିନ

ପୁରୁଣା ଦିନ

1 min
149

ସ୍ମୃତିର ଫରୁଆ ଭିତରେ କବର ନେଇ 

ଯାଇଛି ସେହି ପୁରୁଣା ପୃଷ୍ଠାର କାହାଣୀ 

ପିଲାବେଳର ଅଭୁଲା ସ୍ମୃତିର ମୁହୂର୍ତ୍ତକୁ 

ଅଙ୍ଗେ ଲିଭା କଥା ସଵୁ ଏବେ ମନେ ମନେ,

ଭାବିବାକୁ ପଡେ ନୀରବ ନିସ୍ପନ୍ଦ ନିଶ୍ଚଳ 

ବେଳାର ନିଝୂମ ରାତ୍ରିର ନିର୍ଜନତାରେ ‌

ଭାବନାର ବୁକୁ ଚିରି ଫର୍ଦ୍ଦ ଫର୍ଦ୍ଦ 

ପୁରୁଣା ଦିନର ଅନୁଭୂତି ଆସିଯାଏ 

ହୃଦୟର ଗୀତର ଗୀତି କବିତାରେ,

ସ୍ନେହ ମମତା ପରଶର ସେ ଅମୂଲ ଧାର 

ବାପା ମା ଙ୍କର ସ୍ନେହ ଭିଜା କଥା 

ଆଜି ବି ଶୂନ୍ୟସ୍ଥାନ ଟିଏ ସୃଷ୍ଟି କରେ ହୃଦୟ କନ୍ଦରେ,

ଚାଲିଯିବ ଦିନେ ସେ ପୁରୁଣା ଦିନ 

ରହିଯିବ ସ୍ମୃତି ଚିହ୍ନ ନୂଆ ସକାଳର 

ଅଫୁରନ୍ତ ଶାଶ୍ଵତ ଦିନ ସଵୁ କିଛି 

ଦୁଃଖ ସୁଖକୁ ନେଇ ଆସିଯିବ 

ତା'ର ପସରା ମେଲାଇ ସମୟର ସ୍ରୋତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract