STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ପର୍ବ

ପର୍ବ

1 min
241

ବାରମାସେ ତେର ପର୍ବ ଆମ ଓଡ଼ିଆଙ୍କ ଘରେ 
ଯାନିଯାତ୍ରା ମଉତ୍ସବ ହୁଏ ଯାକ ଜମକରେ,
ଧାନ କ୍ଷେତରେ ବି ପୂଜା ହୁଏ 
ବସୁମତୀଙ୍କୁ ଧ୍ୟାୟୀ 
ସୁନାର ଫସଲ ଅମଳ କରେ ଚାଷୀ 
ମନରେ ଆଶାର ଆଲୋକ ଆଣିରେ,
ସବୁଜ ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହୁଏ 
ସୁନାର ଫସଲରେ ଚାଷୀ ତାଜମହଲ ତୋଳେ,
ପ୍ରତି ଓଡ଼ିଆଙ୍କ ଘରେ ପିଠାପଣା ଚାଲେ 
ପର୍ବ ପର୍ବାଣୀ ମୁତାବକ ସବୁକିଛି ହୁଏ,
ସଵୁ ଏବେ ଲୁପ୍ତପ୍ରାୟ ମନେ ହୁଏ 
ସଵୁ ସ୍ମୃତି ପରି ଲାଗେ ଖାଲି 
ଏବେ ଏ ସମୟ କାହାକୁ ସାଥ୍ ନଦିଏ,
ସଵୁ ସେନେହ ମମତାର ଡୋରି ଛିନ୍ନ ହୁଏ 
ଆପେ ବଞ୍ଚିଲେ ବାପର ନାଁ ପରି ସବୁ ମନେ ହୁଏ,
ସେ କାଳ ପଖାଳ ଆଉ ନାହିଁ ଗାଁ ଦାଣ୍ଡରେ 
ଏକତ୍ର ମିଳିମିଶି ପର୍ବ ପର୍ବାଣୀ ପାଳିବାରେ,
ନୂଆ ସମୟ ର ନୂଆ ନୂଆ ଚାଲିଛି ଖେଳରେ 
ଭାବହୀନ ଛନ୍ଦହୀନ ମନ ପୂରୁଣାକୁ ଝୁରେରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract