ପର୍ବ
ପର୍ବ
ବାରମାସେ ତେର ପର୍ବ ଆମ ଓଡ଼ିଆଙ୍କ ଘରେ
ଯାନିଯାତ୍ରା ମଉତ୍ସବ ହୁଏ ଯାକ ଜମକରେ,
ଧାନ କ୍ଷେତରେ ବି ପୂଜା ହୁଏ
ବସୁମତୀଙ୍କୁ ଧ୍ୟାୟୀ
ସୁନାର ଫସଲ ଅମଳ କରେ ଚାଷୀ
ମନରେ ଆଶାର ଆଲୋକ ଆଣିରେ,
ସବୁଜ ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହୁଏ
ସୁନାର ଫସଲରେ ଚାଷୀ ତାଜମହଲ ତୋଳେ,
ପ୍ରତି ଓଡ଼ିଆଙ୍କ ଘରେ ପିଠାପଣା ଚାଲେ
ପର୍ବ ପର୍ବାଣୀ ମୁତାବକ ସବୁକିଛି ହୁଏ,
ସଵୁ ଏବେ ଲୁପ୍ତପ୍ରାୟ ମନେ ହୁଏ
ସଵୁ ସ୍ମୃତି ପରି ଲାଗେ ଖାଲି
ଏବେ ଏ ସମୟ କାହାକୁ ସାଥ୍ ନଦିଏ,
ସଵୁ ସେନେହ ମମତାର ଡୋରି ଛିନ୍ନ ହୁଏ
ଆପେ ବଞ୍ଚିଲେ ବାପର ନାଁ ପରି ସବୁ ମନେ ହୁଏ,
ସେ କାଳ ପଖାଳ ଆଉ ନାହିଁ ଗାଁ ଦାଣ୍ଡରେ
ଏକତ୍ର ମିଳିମିଶି ପର୍ବ ପର୍ବାଣୀ ପାଳିବାରେ,
ନୂଆ ସମୟ ର ନୂଆ ନୂଆ ଚାଲିଛି ଖେଳରେ
ଭାବହୀନ ଛନ୍ଦହୀନ ମନ ପୂରୁଣାକୁ ଝୁରେରେ।।
